ବର୍ଷାକୁ ନେଇ ଇରଫାନ ଖାଁ କରିପାରୁଥିଲେ ଭବିଷ୍ୟବାଣୀ, ପୁଅ ବାବିଲ ସେୟାର କଲେ ମରୁଭୂମି ଓ ପିତାଙ୍କ ସହ ଜଡ଼ିତ ଏସବୁ କଥା
ଦିବଂଗତ ଅଭିନେତା ଇରଫାନ ଖାନଙ୍କ ବଡ଼ ପୁଅ ବାବିଲ ଖାଁ ନିଜ ପିତାଙ୍କୁ ବହୁତ ମିସ କରୁଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ପିତାଙ୍କର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ସେ କିଛି ସମୟ ପୂର୍ବରୁ ହିଁ ଇରଫାନ ଖାଁଙ୍କର ଏକ ମୋନୋକ୍ରମ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କହିଛନ୍ତି ଯେ ପାପାଙ୍କର ବର୍ଷା ବିଷୟରେ ଖାସ୍ ଜ୍ଞାନ ଥିଲା। ବର୍ଷାକୁ ନେଇ ତାଙ୍କ ଜ୍ଞାନକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ। ଏହି ଫଟୋରେ ସେ ଓଟକୁ ଖୁଆଉଥିବା ଦେଖାଯାଇଛି।
ଇରଫାନଙ୍କ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି “ବର୍ଷାକୁ ନେଇ ତାଙ୍କର ଅଦ୍ଭୁତ ଜ୍ଞାନ ଥିଲା। ମୁଁ ଆଜି ଯାଏଁ ଜାଣିପାରିଲିନି ତାଙ୍କ ତୁଳନା ମୁଁ କାହା ସହ କରିବି। ତାଙ୍କ ସହ ମୋର ଗୋଟେ ଏଭଳି ସମ୍ପର୍କ ଥିଲା ଯାହାକୁ ସୁନ୍ଦର ଭାଷାରେ ବି ମୁଁ ବର୍ଣ୍ଣନା କରିପାରୁନାହିଁ। କେବଳ ମରୁଭୂମି ଦେଖିପାରେ… ହେ ଭଗବାନ…ବର୍ଷା ତାଙ୍କ ସହ କଣ କରିଛି”।
ବାବିଲଙ୍କ ପୋଷ୍ଟର ଦୁଇ ଦିନ ପୂର୍ବରୁ ଦିବଂଗତ ଅଭିନେତାଙ୍କ ପତ୍ନୀ ସୂତାରା ସିକଦର ମୁମ୍ବାଇରେ ପ୍ରଥମ ବର୍ଷା ଦେଖି ସ୍ୱାମୀଙ୍କ କେତେକ ଫଟୋ ସେୟାର କରିଥିଲେ। ଫଟୋରେ ସେ କ୍ୟାପସନ ଦେଇଥିଲେ ତୁମକୁ ଧନ୍ୟବାଦ ମୁଁ ତୁମକୁ ଶୁଣିପାରୁଛି। ହଁ ମୁଁ ଜାଣିଛି ଏହା ତୁମ ତରଫରୁ ମୋ ପାଇଁ ଓ ଏହା ମୋ ଶରୀର ଓ ଆତ୍ମାକୁ ଛୁଇଁଗଲା। ଦୁଇ ଦୁନିଆ ମଧ୍ୟରେ ଏହି ବର୍ଷା ହିଁ ଏକମାତ୍ର ଜିନିଷ ଯାହା ଆମକୁ ଯୋଡ଼ି ପାରିବ।
ସୂଚନାଯୋଗ୍ୟ ଯେ ୨୯ ଏପ୍ରିଲ ୨୦୨୦ରେ ମୁମ୍ବାଇର ଏକ ହସ୍ପିଟାଲରେ କୋଲନ ସଂକ୍ରମଣରେ ଇରଫାନ ଖାଁଙ୍କ ମୃତ୍ୟୁ ଘଟିଥିଲା।