ଗଞ୍ଜାମର ନିମିକା ଓ ବିଞ୍ଚଣା ଗାଁରେ ଦୁଇଟି ତମାଖୁ କାରଖାନା ଉପରେ ଚଢାଉ, ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ଅନେକ ସାମଗ୍ରୀ ଜବତ
ଗଞ୍ଜାମ: ତମାଖୁ କାରଖାନା ଉପରେ ଚଢାଉ । ଲକ୍ ଡାଉନରେ ବି ଚାରିଛି ଜୋରଦାର ବେଆଇନ୍ କାରବାର ଯାହାର ପାର୍ଦାଫାଶ କରିଛି ଗଞ୍ଜାମ ପୋଲିସ୍ । ଜିଲ୍ଲାର ଗାଙ୍ଗପୁର ଥାନାର ନିମିକା ଓ ବିଞ୍ଚଣା ଗାଁର ଦୁଇଟି ତମାଖୁ କାରଖାନା ଉପରେ ଚଢାଉ କରିଛି ପୋଲିସ ।
ଏହି ଚଢାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ତମାଖୁ ତିଆରି ସାମଗ୍ରୀ ଜବତ କରାଯାଇଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଖୋଳତାଡ଼ ଜାରି ରହିଛି ।