ଇତିହାସରେ ଏପର୍ଯ୍ୟନ୍ତ ଅନେକ ଯୁଦ୍ଧ ହୋଇଛି, ଯାହାର କିଛି ନା କିଛି କାରଣ ରହିଛି। ଆପଣ ବିଶ୍ୱଯୁଦ୍ଧ ବିଷୟରେ ନିଶ୍ଚିତ ଜାଣିଥିବେ। ପ୍ରତ୍ୟେକ ଯୁଦ୍ଧ କୌଣସି ଅଧିକାର କିମ୍ବା ରାଜ୍ୟ ବିସ୍ତାର ପାଇଁ ହୋଇଥାଏ, କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ବିଚିତ୍ର ଯୁଦ୍ଧ ବିଷୟରେ ଜଣାଇବୁ, ଯାହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଚିନ୍ତାରେ ପଡିଯିବେ ନିଶ୍ଚିତ। ଏହି ଲଢେଇ ୟୁରୋପର ଦୁଇ ଦେଶ ମଧ୍ୟରେ ହୋଇଥିଲା। ଏହି ଲଢେଇ ବହୁତ ଛୋଟ ଥିଲା, କିନ୍ତୁ ଏହାର ଇତିହାସ ବହୁତ ପୁରୁଣା ଏବଂ ରୋଚକ ମଧ୍ୟ।
୧୯୨୫ ମସିହା ସମୟରେ ଗ୍ରୀସ ଏବଂ ବୁଲଗେରିଆ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ଏହି ଦୁଇ ଦେଶ ମଧ୍ୟରେ ଗୋଟିଏ କୁକୁର ଯୋଗୁଁ ଯୁଦ୍ଧ ହୋଇଥିଲା। ଆପଣ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ କୁକୁର ଯୋଗୁଁ ଏହି ଦୁଇ ଦେଶ ପରସ୍ପର ସହିତ ଲଢିଥିଲେ।। ଘଟଣା ମୁତାବକ, ଗ୍ରୀସର ଏକ କୁକୁର ଭୁଲରେ ମେସେଡୋନିଆର ସୀମା ପାର କରିଯାଇଥିଲା। ସେହି କୁକରକୁ ଧରିବା ପାଇଁ ତାର ମାଲିକ ( ସେନାର ସିପାହୀ) ମେସେଡୋନିଆ ସୀମାକୁ ପ୍ରବେଶ କରିଥିଲେ।
ସେତେବେଳେ ମେସେଡୋନିଆର ସୀମା ସୁରକ୍ଷା ଦାୟିତ୍ୱ ବୁଲଗେରିଆ ସୈନିକ ଉପରେ ରହିଥିଲା। ଯେତେବେଳେ ବୁଲଗେରିଆ ସୈନିକ ହାତରେ ରହିଥିଲା। ଯେତେବେଳେ ବୁଲଗେରିଆର ସୈନିକ ଗ୍ରୀସ ସୈନିକକୁ ପ୍ରବେଶ କରିବା ଦେଖିଥିଲେ, କିଛି ନ ବୁଝି ସେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହି ଘଟଣାର ପରିଣାରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଚାପ ଆହୁରି ବଢିଗଲା ଏବଂ ସୈନିକ ହ୍ୟା ଯୋଗୁଁ ଗ୍ରୀସ ବୁଲଗେରିଆ ଉପରେ ଆକ୍ରମଣ କରିଦେଲା।
ଗ୍ରୀସ ଏବଂ ବୁଲଗେରିଆ ମଧ୍ୟରେ ଏହି ଯୁଦ୍ଧ ୧୮ ଅକ୍ଟୋବର ରୁ ଆରମ୍ଭ ହୋଇ ୨୩ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧରେ ୫୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଏହି ଯୁଦ୍ଧରେ ବୁଲଗେରିଆ ଜିତିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଏକ ସନ୍ଧି ସ୍ୱାକ୍ଷର ହୋଇଥିଲା, ଯେଉଁଥିରେ କୁହାଯାଇଥିଲା କି, ଯୁଦ୍ଧରେ ବୁଲଗେରିଆର ଯେତିକି କ୍ଷତି ହୋଇଛି, ତାର କ୍ଷତିପୂରଣ ଗ୍ରୀସ ଦେବ। ଏଥିପାଇଁ ଗ୍ରୀସ ଜରିମାନା ଆକାରରେ ବୁଲଗେରିଆକୁ ୪୫ ହଜାର ପାଉଣ୍ଡ ଅର୍ଥାତ୍ ୪୩ ଲକ୍ଷ ଟଙ୍କା ଦେଇଥିଲା।
ଏହି ଯୁଦ୍ଧକୁ ‘ପେଟ୍ରିକ କି ଘଟଣା’ ନାମରେ ଜଣାଶୁଣା। ଗୋଟିଏ କୁକୁର ଯୋଗୁଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ଲୋକଙ୍କ ମୃତ୍ୟୁବରଣ କରିବା, ଜରିମାନା ଇତ୍ୟାଦି ଦେବା ଘଟଣା ଘଟିଯାଇଥିଲା। ଏପରି ଘଟଣା ହୁଏତ ଭବିଷ୍ୟତରେ କେବେ ବି ହୋଇନପାରେ।