ଖୋର୍ଦ୍ଧା ସବ୍ଡିଭିଜନ୍ରେ ୧୬ଘଣ୍ଟିଆ ସଟ୍ଡାଉନ୍, ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ ବନ୍ଦ

ଖୋର୍ଦ୍ଧା: ଖୋର୍ଦ୍ଧା ସବ୍ଡିଭିଜନ୍ରେ ୧୬ଘଣ୍ଟିଆ ସଟ୍ଡାଉନ୍। ଦିନ ୨ରୁ ସକାଳ ୬ ଯାଏ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଛାଡି ସବୁ ବନ୍ଦ ରଖାଯିବ। ଏହା ଛଡା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ।
ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜୁନ୍ ୩୦ ପର୍ଯ୍ୟନ୍ତ ୧୬ ଘଣ୍ଟିଆ ସଟ୍ଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି।