ଫିକା ପଡିଲା ରଜ ମଉଜ, ସର୍ପାଘାତରେ ଆଖି ବୁଝିଲା ଦେଢ଼ ବର୍ଷର ଶିଶୁକନ୍ୟା

କେନ୍ଦୁଝର:  ଆଜି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏହି ବ୍ଲକରେ ସର୍ପାଘାତରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଅଂଚଳ ହାଟଡିହି ବ୍ଲକର ହଦଗଡ଼ ପଂଚାୟତ ବାଘୁଆ ସାହିରେ ଏହି ଅଘଟଣ ଘଟିଯାଇଛି । ସୂଚନା ମୁତାବକ ଗ୍ରାମର ବାସିନ୍ଦା ରଥ ବିରୁଆ ନିଜ ଦେଢ଼ ବର୍ଷର ଝିଅ ରାକ୍ଷୀକୁ ଧରି ଶୋଇଥିବା ବେଳେ ଏକ ଗୋଖର ସାପ ରକ୍ଷୀର ଆଙ୍ଗୁଳିକୁ କାମୁଡି ଦେଇଥିଲା । ବାପା ରଥ ବିରୁଆ ନିଦରୁ ଉଠି ଦେଖନ୍ତିତ ସାପଟି କୁନି ଝିଅ ରାକ୍ଷୀର ଆଙ୍ଗୁଠିକୁ କାମୁଡି ଧରିଛି । ତୁରନ୍ତ ପରିବାର ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣାରେ ହଦଗଡ଼ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.