ରାଜ୍ୟରେ ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ୪୧୬୩ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୪୧୬୩ ଛୁଇଁଛି ମୋଟ ସଂକ୍ରମିତ ସଂଖ୍ୟା। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

New Projectଏମାନଙ୍କ ଭିତରୁ ମାଲକାନଗିରିରୁ ସର୍ବାଧିକ ୨୧ଜଣ ଚିହ୍ନଟ ହୋଇଥିବାବେଳେ, କେନ୍ଦୁଝରରୁ ୫ଜଣ, ଖୋର୍ଦ୍ଧାରୁ ୭ଜଣ, କେନ୍ଦ୍ରାପଡାରୁ ୯ଜଣ, ଅନୁଗୁଳରୁ ଜଣେ, ବାଲେଶ୍ବରରୁ ୪ଜଣ, କଟକରୁ ଜଣେ, ଜଗତସିଂପୁରରୁ ୯ଜଣ, ଗଞ୍ଜାମରୁ ୮ଜଣ, ପୁରୀରୁ ୧୫ଜଣ, ଗଜପତିରୁ ୭ଜଣ, ସୁନ୍ଦରଗଡରୁ ୨ଜଣ, କଳାହାଣ୍ଡିରୁ ଜଣେ, ବରଗଡରୁ ଜଣେ, ବଲାଙ୍ଗିରରୁ ଜଣେ, ଏବଂ ବତ୍ଯା ଅମ୍ଫାନ୍ ର ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା ୧୬ ଜଣ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.