କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଜଗନ୍ନାଥ ପଡା ରେ ଘଟିଛି ଏକ ଅଭାବନୀୟ ଘଟଣା l ଅବସରପ୍ରାପ୍ତ ଶିକ୍ଷକ ବେକରେ ଦୌଡ଼ି ଲଗେଇ କରିଛନ୍ତି ଆତ୍ମହତ୍ୟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ପଡ଼ାର ଅଧିବାସୀ ଶରତ ଚନ୍ଦ୍ର ପଣ୍ଡା ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ନିଜ ଘର ପଛପଟେ ଥିବା ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ଆତ୍ମହତ୍ୟା ର କାରଣ ଜଣାପଡିନଥିବା ବେଳେ ଧର୍ମଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l ହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକଙ୍କୁ ପଚରାଉଚୁରା ଜାରି ରହିଛି ।