ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ସହିଦ, ଜଣେ ନାବାଳକ ମୃତ

ଜାମ୍ମୁ – କାଶ୍ମୀର: ଜାମ୍ମୁ – କାଶ୍ମୀରର ଅନନ୍ତ ନାଗ ଜିଲ୍ଲାର ବିଜବେହେରା ରାଜମାର୍ଗରେ ଦାୟିତ୍ୱରେ ଥିବା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହେବା ସହ ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଘଟଣାଟି ଶୁକ୍ରବାର ଅର୍ଥାତ ଆଜି ଦ୍ବିପହର ସମୟରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବାଇକ ଯୋଗେ ଆସିଥିବା ଆତଙ୍କବାଦୀ ମାନେ ବିଜବେହେରାର ପଦଶାହ ବାଗ ଅଂଚଳରେ ଦାୟିତ୍ୱରେ ଥିବା ଏକ ପାଟ୍ରୋଲିଙ୍ଗ ଦଳ ଉପରେ ଅଚାନକ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ସିଆରପିଏଫ ଯବାନ ଜଣେ ନାବାଳକ ଗଭୀର ଭାବେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ଏହି ଅଞ୍ଚଳକୁ ତୁରନ୍ତ ସିଲ କରାଯିବା ସହ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରାଯାଇଛି ।

କହିରଖିବା ଉଚିତ ହେବକି, ଆଜି ସକାଳେ ହିଁ ଜାମ୍ମୁ- କାଶ୍ମୀରର ପୁଲବାମା ଜିଲ୍ଲାର ତ୍ରାଲ ଅଂଚଳ ସ୍ଥିତ ଉଲ୍ଲାର ଗ୍ରାମରେ ସୁରକ୍ଷା ବଳ ମାନେ ତିନି ଜଣ ଆତଙ୍କବାଦୀ ମାନଙ୍କୁ ମାରି ଗଡ଼ାଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, ଘଟଣା ସ୍ଥଳରୁ ହାତହତିଆର ସମେତ ଗୋଳାବାରୁଦ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ତିନି ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନେ ଅନେକ ଦିନ ହେବ ଏହି ଅଞ୍ଚଳରେ ରହିଆସୁଥିଲେ । ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ୧୫ ଘଣ୍ଟା ଧରି ସଂଘର୍ଷ ଜାରି ରହିଥିଲା ।

Leave A Reply

Your email address will not be published.