କେନ୍ୟୁଜ୍(ବ୍ୟୁରୋ): ଆସିଗଲା ଅନ୍ଲକ୍ ୨ ଗାଇଡ୍ ଲାଇନ୍। କାଲି ସରୁଛି, ଅନ୍ଲକ୍ ୧ର ସମୟ ସୀମା। ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ଅନ୍ଲକ୍ ୨ର ସୀମା। ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରାତି ୧୦ରୁ ସକାଳ ୫ ଯାଏ ରହିବ କର୍ଫ୍ୟୁ। ପ୍ରଥମ ପର୍ଯ୍ୟାୟରେ ରାତି ୯ରୁ ସକାଳ ୭ ଯାଏ କର୍ଫ୍ୟୁ ରହିଥିଲା। ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ୩୧ ଜୁଲାଇ ଯାଏ ବନ୍ଦ ରହିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ ଖୋଲା ରହିବ। ମେଟ୍ରୋ ରେଳ ଓ ଆନ୍ତର୍ଜାତିକ ଯାତ୍ରୀ ବିମାନ ସେବା ବନ୍ଦ ରହିବ। ସିନେମା ହଲ୍, ଜିମ୍, ସ୍ୱିମିଂ ପୁଲ୍, ମନୋରଞ୍ଜନ ପାର୍କ ବନ୍ଦ ରହିବ । ବନ୍ଦ ରହିବ ସିନେମା ହଲ୍, ବାର୍, ଅଡିଟୋରିୟମ