ଖୋର୍ଦ୍ଧା (କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ହଜ୍ ପଞ୍ଚାୟତର ନିଧିପୁର ମାଳି ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୮ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ଏହି ପରିବାର ଲୋକେ ସମ୍ପୂର୍ଣ୍ଣ ଗୃହ ଶୂନ୍ୟ ହୋଇଯାଇଛନ୍ତି ।
ଗାଁ ଗହଳିରେ ରାତିରେ ଗାଈଗୋରୁଙ୍କୁ ମଶା ଦାଉରୁ ରକ୍ଷା କରିବା ଲାଗି ଘସି ଧୂଆଁ ଦିଆଯାଏ । ସେହି ନିଆଁରୁ ଗୁହାଳ ଘରେ ଓ ପରେ ବାସଘରକୁ ନିଆଁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଘରର ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି।