ନୂଆଦିଲ୍ଲୀ : କେନ୍ଦ୍ରସରକାରଙ୍କ ପକ୍ଷରୁ ଆଇଓଏସ୍ ଏବଂ ଏଣ୍ଡ୍ରାଏଡ୍ ପ୍ଲାଟ୍ଫର୍ମକୁ ଏହାର ଏପ୍ସ ଷ୍ଟୋର୍ରୁ ହଟାଇବାକୁ ଆଦେଶ ଦେବା ପରେ ଏହି ଏପ୍ସ ଆଉ ଫୋନ୍ରେ ଡାଉନ୍ଲୋଡ୍ ହେବନାହିଁ । ଏହି ଏପ୍ ଫୋନ୍ର ରହିଥିଲେ ମଧ୍ୟ କାମ କରିବ ନାହିଁ ।
ଅଫ୍ଲାଇନ୍ରେ କାମ କରୁଥିବା ଏପ୍ସ ୟୁଜର ଫୋନ୍ରେ କାମ କରିପାରେ ତେବେ ଏହାକୁ ଆଉ ଡାଉନ୍ଲୋଡ୍ କରିବା ସମ୍ଭବ ହେବ ନାହିଁ । ଯେଉଁ ଲୋକଙ୍କ ଫୋନ୍ରେ ଏହି ଏପ୍ କାମ କରୁଥିବ ଏହାକୁ ବନ୍ଦ କରାଯିବ ।
ଏଥିପାଇଁ ସରକାରଙ୍କୁ ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥାଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ପଡ଼ିବ । ଯାହାଫଳରେ ଡାଉନ୍ଲୋଡ୍ କରାଯାଇଥିବା ଏପ୍କୁ ସେବା ଯେପରି ମିଳିବ ନାହିଁ । କିମ୍ବା ସରକାର ଏହି ଏପ୍କୁ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ବାରଣ କରିବେ । ତେବେ ସରକାରଙ୍କ ପକ୍ଷରୁ ଏମିତି କିଛି ନିୟମ ଆସିନାହିଁ ।
ଏପଲ୍ ଓ ଗୁଗୁଲ୍ ଅଧିକାଂଶ ଏପ୍ସକୁ ଷ୍ଟୋର୍ରୁ ଡିଲିଟ୍ କରିଦେଲେଣି । ତଥାପି କିଛି ଏପ୍ ଏବେବି କାମ କରୁଥିବା ଜଣାଯାଇଛି । ତେବେ କିଛି ସମୟ ଭିତରେ ଏଗୁଡିକୁ ହଟାଇ ଦିଆଯିବ । ଏହାଛଡ଼ା କେନ୍ଦ୍ରସରକାର ସବୁ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଓ ଟେଲିକମ୍ କମ୍ପାନୀକୁ ଏହାର ଡାଟା ମାଧ୍ୟମରେ ମଧ୍ୟ ରୋକିବା ପାଇଁ ବିଚାର ବିମର୍ଶ କରୁଛନ୍ତି ।
ଦେଶରେ ପ୍ରାୟ ୫୦ କୋଟି ସ୍ମାଟ୍ ଫୋନ୍ ରହିଛି । ଯେଉଁଠି ୩୦ କୋଟି ୟୁଜର୍ସ ବ୍ୟାନ୍ କରାଯାଇଥିବା ୫୯ ଏପ୍ସକୁ ଏବେବି ଚଳାଉଥିବା ଜଣାଯାଇଛି । କିଛି ୟୁଜର୍ସଙ୍କ ‘ସେୟାର ଇଟ୍’ ତ ଆଉ କାହାର ‘ଟିକ୍ଟକ୍’ ତ ଆଉ କାହାର ‘କେମ୍-ସ୍କାନର’ ମଧ୍ୟ କାମ କରୁଥିବା ଜଣାଯାଇଛି । ମଧ୍ୟ କାମ କରୁଛି ।
ଚାଇନା ଏପ୍ ବ୍ୟବହାର କଲେ ହୋଇପାରେ ୩ ବର୍ଷ ଜେଲ୍ ଓ ୫ ଲକ୍ଷ ଟଙ୍କା ଯାଏ ଜରିମାନା
ଆଇଟି ଏକ୍ଟ ଅନୁଯାୟୀ ଏହି ସବୁ ୫୯ ଏପ୍ସ ରେ ଲଗାଯାଇଥିବା ପ୍ରତିବନ୍ଧକୁ ଯଦି କେହି କମ୍ପାନୀ ନମାନେ ତେବେ ତାଙ୍କ ବିରୋଧରେ ଧାରା ୬୬ ଓ ଧାରା ୪୩ ଅନୁଯାୟୀ ମାମଲା ଦାଏର କରାଯାଇପାରେ । ଯାହା ଦ୍ୱାରା ୩ ବର୍ଷ ଜେଲ୍ ଓ ୫ ଲକ୍ଷ ଟଙ୍କା ଯାଏ ଜରିମାନା ପଡ଼ିପାରେ । ଏହା ଉପରେ ସରକାର ଅଧିକ ବିଚାର କରୁଥିବା ଜଣାଯାଇଛି ।