ଭୁବନେଶ୍ବର(କେନ୍ଯୁଜ୍) : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଆଜି ସରିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ଅବଧି । ଏହି ଘଟଣାରେ ମୋଟ୍ ୧୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଛି । ସ୍ୱତନ୍ତ୍ର କାଉନସେଲ୍ ପ୍ରଭାକର ପଟ୍ଟନାୟକ ସମସ୍ତ ଦସ୍ତାବିଜ ତଦନ୍ତ କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଦାଖଲ କରି ସାରିଛନ୍ତି । ସେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ।
ଗତ ଜୁଲାଇ ୧୦ ତାରିଖରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ଏହାପରେ ଅବଧିକୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ୨୦୧୭ ଅକ୍ଟୋବର ୧୦ ତାରିଖରେ ନାବାଳିକା ଜଣଙ୍କ କୁନ୍ଦୁଲି ହାଟରୁ ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଗତ ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।