ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ, ରାଜ୍ଯବ୍ଯାପୀ ଦୁଇ ବର୍ଷ ପର୍ଯ୍ଯନ୍ତ କରାଯିବ ପାଳନ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟବ୍ୟାପୀ ଦୁଇ ବର୍ଷ ପାଳନ କରାଯିବ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ । ଚଳିତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏଥିପାଇଁ ଗଠନ କରାଯିବ ଉପ-କମିଟି ଓ ପ୍ରଶାସନିକ କମିଟି । ପ୍ରଶାସନିକ କମିଟିର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ । ବିଭିନ୍ନ ବିଭାଗର ସଚିବ ଏହାର ତଦାରଖ କରିବେ । ସେହିପରି ଜିଲ୍ଲାସ୍ତରରେ ମଧ୍ୟ ଗଠନ କରାଯିବ କମିଟି । ସବୁ ଜିଲ୍ଲାପାଳ କମିଟିର ମୁଖ୍ୟ ରହିବେ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳନ କରାଯିବ ।

 

ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ ମଧ୍ୟ ଏହି ଦିବସକୁ ପାଳନ କରିବା ପାଇଁ ସଚିବାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ବାପୁଙ୍କ ଆତ୍ମଜୀବନୀ ବିଦ୍ୟାଳୟରେ ପଢାଯିବ ଓ ଏହାର ବିଷୟବସ୍ତୁ ଓଡ଼ିଆରେ ରହିବ । ଏଥିପାଇଁ ୨୦୧୯ରେ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବ । ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପଦଯାତ୍ରା, ସାଇକେଲ ଯାତ୍ରା ଓ ଗଣଦୌଡ଼ର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅହିଂସାକୁ ମୁଖବନ୍ଧରେ ସାମିଲ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ବିଷ୍ପୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.