ପୁଣି ଜିଓର ଦମଦାର୍ ଅଫର୍, ମାତ୍ର ୨୦ଟଙ୍କାରେ ମିଳିବ ୫ଜି ସିମ୍

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଖୁବ ଶୀଘ୍ର ବଜାରରେ ଲଞ୍ଚ କରିବାକୁ ଯାଉଛି ୫ଜି ସିମ୍ । ଏଥିପାଇଁ କମ୍ପାନି ତରଫରୁ ଟେଷ୍ଟିଂ ଜାରୀ କରାଯାଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ସିମକୁ ଆରମ୍ଭରେ ୨୦ ଟଙ୍କାରେ ବିକ୍ରି କରାଯିବ। ଏଥିରେ ଗ୍ରାହକଙ୍କୁ ଅନଲିମିଡ଼େଟ୍ କଲିଂ, ୫ଜିର ହାଇସ୍ପିଡ଼୍ ସହିତ ତିନି ମାସ ପର୍ଯ୍ଯନ୍ତ ସବୁଜିନିଷ ମାଗଣା ମିଳିବ। ସୂଚନାରୁ ଯାହା ଜଣାପଡ଼ିଛି ଏହାକୁ ଚଳିତ ବର୍ଷ କରାଯାଇପାରେ।

jio_ambani

୫ଜିର ସ୍ପିଡ଼୍ ୪ଜିର ସ୍ପିଡ଼୍ ଠାରୁ ୧୫ ଗୁଣ ଅଧିକ ରହିବ। ଏଥିସହ ଗ୍ରାହକଙ୍କୁ ୨.୫ଜିବିପିଏସ ସ୍ପିଡ଼୍ ଡ଼ାଟା ଦିଆଯିବ। ତେବେ ଜିଓର ୪ଜି ଗ୍ରାହକଙ୍କ ପାଇଁ ଏହା ନିହାତି ଖୁସିର ଖବର। ୨୦୧୬ ମସିହାରେ ଜିଓ ଏହାର ୪ଜି ସେବା ଆରମ୍ଭ କରିଥିଲା। ଯାହା ପରେ କମ୍ପାନି ଏହାର ଗ୍ରାହକଙ୍କୁ ୩ମାସ ପର୍ଯ୍ଯନ୍ତ ମାଗଣା କଲିଂ, ମେସେଜ୍, ଡ଼ାଟା ସହ ସବୁ ମାଗଣା ଦେଇଥିଲା। ତେବେ ଠିକ୍ ସେହିପରି ହିଁ କମ୍ପାନି ୫ଜି ଲଞ୍ଚ କରିବା ବିଷୟରେ ଘୋଷଣା କରିଛି। ନିକଟରେ ହୋଇଥିବା TRAIର ରିପୋର୍ଟ ଅନୁଯାୟୀ ଜୁଲାଇ ଶେଷ ପର୍ଯ୍ଯନ୍ତ ୧୫କୋଟି ଗ୍ରାହକ ଜିଓ ସହିତ ଜଡ଼ିତ ହୋଇଥିଲା।

ଏହା ସହ ପଢନ୍ତୁ ଜିଓକୁ ଭୋଡାଫୋନର ଝଟକା, ଗିଗାଫାଇବର୍ ଲଞ୍ଚ ପୂର୍ବରୁ ଗ୍ରାହକଙ୍କୁ ଦେଲା ୪ ମାସର ମାଗଣା ଇଣ୍ଟରନେଟ୍

କିଛି ଦିନ ତଳେ ଜିଓ ଲଂଚ୍ କରିଥିଲା ଗିଗା ଫାଇବର୍ ସେବା । ଆଉ ଆସୁ ଆସୁ  ନିଜ ଗ୍ରାହକଙ୍କୁ ଜବରଦସ୍ତ ଉପହାର ଦେଇଛି ଜିଓ । ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଷ୍ଟାର୍ ଇଣ୍ଡିଆ ସହ ପାର୍ଟନରସିପ୍ କରିଛି ଜିଓ । ଯାହା ଫଳରେ ଗ୍ରାହକ ଏବେ କ୍ରିକେଟର ସବୁ ମ୍ଯାଚ୍ ଲାଇଭ୍ ଦେଖିପାରିବେ । ତାହା ପୁଣି ୫ ବର୍ଷ ପାଇଁ ।

jio gigafiberଗତ ମାସରୁ ହିଁ ଏଥିପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କରିଦେଇଛି କମ୍ପାନୀ । କିଛି ପ୍ରିଭ୍ଯୁ ଅଫର୍ ମଧ୍ୟ କରିଛି ଜିଓ । ଏହି ଅଫର୍ ଅନୁଯାୟୀ, ଗ୍ରାହକଙ୍କୁ ୯୦ ଦିନ ଯାଏଁ ୩୦୦ ଜିବି ଡାଟା ମିଳିବ । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ହେଲେ ଗ୍ରାହକଙ୍କୁ ୪,୫୦୦ଟଙ୍କା ସିକ୍ଯୁରିଟି ଜମା କରିବାକୁ ପଡିବ ଯାହା ରିଫଣ୍ଡେବଲ୍ । ଏହି ଡିପୋଜିଟ୍ ଗ୍ରାହକ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଜିଓ ମନି କିମ୍ବା ପେଟିଏମ୍ ମାଧ୍ୟମରେ କରି ପାରିବେ ।

ତେବେ ଯଦି ଆପଣ ଏହି ଜିଓ ଗିଗା ଫାଇବର୍ ସେବା ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍ :

  • ଗିଗାଫାଇବାର୍ ପାଇଁ ରେଜିଷ୍ଟ୍ରେସନ୍ କରିବା ପାଇଁ ପ୍ରଥମେ ରିଲାଏନ୍ସ ଜିଓର ୱେବସାଇଟରେ ଲଗଇନ୍ କରନ୍ତୁ ।
  • ଏହା ପରେ ୱେବସାଇଟର ସବୁଠାରୁ ଉପରେ ଜିଓ ଗିଗାଫାଇବରର ବ୍ଯାନର୍ ଦେଖାଯିବ ।
  • ସେହି ବ୍ଯାନରରେ ଆପଣଙ୍କୁ ଲାଲ୍ ରଙ୍ଗର ଏକ ବଟନ୍ ଦେଖାଯିବ ଯେଉଁଥିରେ ‘invite  Jio GigaFiber now’ ଲେଖାଥିବ ।
  • ଏବେ ଏହି ବଟନ୍ ଉପରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ ଆପଣଙ୍କୁ ଲୋକେସନ୍ ଏବଂ ଠିକଣା ଭରିବାକୁ ପଡିବ  ।
  • ଠିକଣା ଭରିବା ପରେ ଏକଥା ସୂଚନା ଦେବାକୁ ପଡିବ ଏହା ଆପଣଙ୍କ ଘର ନା ଅଫିସ୍ ଠିକଣା । ଏହା ପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।
  • ଏବେ ଏହା ପରେ ଓଟିପି ଜେନେରେଟ୍ କରିବା ପାଇଁ ନିଜ ନାଁ ଏବଂ ମୋବାଇଲ୍ ନମ୍ବର ଦେବାକୁ ପଡିବ ।
  • ଥରେ ଆପଣଙ୍କ ନମ୍ବର ଭେରିଫାଏ ହୋଇଗଲେ ଆପଣଙ୍କ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ପୁରା ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.