ବାଜି ମାରିଲେ ଲୁକା, ଜିତିଲେ ଫିଫା ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର

କ୍ରୋଏସିଆ ଫୁଟବଲ ଟିମ୍ ଅଧିନାୟକ ଲୁକା ମୋଦ୍ରିଚ୍ । କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସିଙ୍କୁ ପଛରେ ପକାଇ ବିଶ୍ବର ନୂଆ ଫୁଟବଲ ତାରକା ଭାବରେ ଉଭା ହୋଇଛନ୍ତି । ଫିଫା ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି ଲୁକା । ଗତ ୧୦ ବର୍ଷ ହେବ ଏହି ସମ୍ମାନଜନକ ପୁରସ୍କାର ମେସି ଓ ରୋନାଲ୍ଡୋ ଜିତି ଆସୁଥିଲେ । ସେମାନଙ୍କ କ୍ରେଜରେ ବ୍ରେକ୍ ଲଗାଇଛନ୍ତି ଲୁକା । ସେ ପ୍ରଥମ ଥର କ୍ରୋଏସିଆକୁ ବିଶ୍ବକପ୍ ଫୁଟବଲ ଫାଇନାଲରେ ପହଞ୍ଚାଇଥିଲେ ।

LUKA-2

ଗତ ବିଶ୍ବ କପରେ ଇଂଲଣ୍ଡକୁ ସେମିଫାଇନାଲରେ ୨-୧ ଗୋଲରେ ହରାଇ ଫାଇନାଲ୍ ପହଞ୍ଚିଥିଲା କ୍ରୋଏସିଆ । ତେବେ ଫ୍ରାନ୍ସଠାରୁ ୪-୨ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ଦଳ । ପୂରା ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା କ୍ରୋଏସିଆ । ଏହା ପଛରେ ଲୋକା ମୋଦ୍ରିଚଙ୍କ ଅବଦାନ ଢରେ ଅଧିକ ଥିଲା । ୪ ର୍ବଷ ଇଂଲଣ୍ଡରେ କ୍ଲବ ଫୁଟବଲ ଖେଳିଥିଲେ । ୨୦୧୨ ସ୍ପାନିସ କ୍ଲବ୍ ରିଅଲ୍ ମାଦ୍ରିଦରେ ସାମିଲ ହୋଇଥିଲେ । ଲୁକା ମୋଦ୍ରିଚଙ୍କ ନେତୃତ୍ୱରେ ଗତ ସିଜିନରେ ତୃତୀୟ ଥର ଚାମ୍ପିଅନ୍ସ ଲିଗ୍ ଫୁଟବଲ୍ ଟାଇଟଲ ହାତେଇଥିଲା ରିଅଲ୍ ମାଦ୍ରିଦ୍ । ଦଶ ବର୍ଷ ହେବ ଫିଫା ଇୟର ଅଫ୍ ଦି ଆଓ୍ବାର୍ଡ ପାଇଁ ଆସୁଥିଲେ ମେସି ଓ ରୋନାଲଡୋ । ୨୦୦୭ରେ ଶେଷ ଥର ପାଇଁ କାକାଙ୍କୁ ଏହି ପୁରସ୍କାର ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.