Below header

ସଲମାନଙ୍କ ଘରେ ବାଜିବ ଶାହାନାଇ, ଖାନ୍ ପରିବାରକୁ ବୋହୂ ହୋଇ ଆସିବେ ଏହି ଝିଅ

ମୁମ୍ବାଇ : ଦେଶର ମୋଷ୍ଟ ଏଲିଜେବଳ ବ୍ଯାଚଲର ଭାବେ ଜଣାଯାଆନ୍ତି ବଲିଉଡ଼ ଅଭିନେତା ସଲମାନ ଖାନ। ତେବେ ତାଙ୍କର ବିବାହ ବିଷୟ ଦେଶରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣ ଜାଣି ଖୁସି ହେବେ ଖୁବ ଶୀଘ୍ର ସଲମାନଙ୍କ ଘରେ ବାଜିବାକୁ ଯାଉଛି ବିବାହର ବାଜା। ତେବେ ସଲମାନ ନୁହଁ ବରଂ ତାଙ୍କ ଭାଇ ଅରବାଜ ଖାନ୍ ଆଉ ଥରେ ବିବାହ କରିବା ପାଇଁ ଯାଉଛନ୍ତି।

ବିଗତ କିଛି ଦିନ ହେବ ଅଭିନେତା –ପ୍ରଯୋଜକ ଅରବାଜ ଖାନ ଏବଂ ଜର୍ଜିଆ ଏଣ୍ଡ୍ରିୟାନିଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଛି। ତେବେ ତାଙ୍କର ପ୍ରେମ କାହାଣୀ ଉପରେ ଆସନ୍ତା ବର୍ଷ ମୋହର ଲାଗିବ ବୋଲି ଖବର ଆସିଛି। ଗଣେଶ ପୂଜା ସମୟରେ ଜର୍ଜିଆଙ୍କ ପିତା ଖାନ ପରିବାର ସହ ଦେଖାକରିବା ପାଇଁ ମୁମ୍ବାଇ ଆସିଥିଲେ। ତେବେ ପ୍ରେମୀ ଜୁଗଳ ଆସନ୍ତା ୨୦୧୯ର ଆରମ୍ଭ ସମୟରେ କୋର୍ଟ ମ୍ଯାରେଜ୍ କରିବା ନେଇ ଖବର ରହିଛି।

arbaz khan

ସ୍ପର୍ଟବଏର ଏକ ରିପୋର୍ଟ ମୁତାବକ, ଦୁଇଙ୍କ ସଂପର୍କ ଉପରେ ପରିବାର ଲୋକ ମୋହର ଲଗାଇଥିବା ବେଳେ ୨୦୧୯ ଆରମ୍ଭରେ ଦୁହେଁ କୋର୍ଟ ମ୍ଯାରେଜ୍ କରିବା ପାଇଁ ପ୍ଲାନିଂ କରିଛନ୍ତି। ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅର୍ପିତ୍ତାଙ୍କ ଘରେ ଅରବାଜଙ୍କ ପୂର୍ବ ପତ୍ନୀ ମଲାଇକା ଅରୋରା ଏବଂ ବର୍ତ୍ତମାନ ପ୍ରେମୀକା ଜର୍ଜିଆଙ୍କ ଦେଖାହୋଇଥିଲା। ଖାଲି ତାହା ନୁହଁ  ଜର୍ଜିଆ ଅରବାଜଙ୍କ ପରିବାର ସହ ଅନେକ ଥର ଖାଇବା ପାଇଁ ମଧ୍ୟ ବାହାରକୁ ଯାଇଛନ୍ତି।

arbaz

ଅରବାଜ ଖାନ୍, ଜର୍ଜିଆଙ୍କୁ ବଲିଉଡ଼ରେ ଲଞ୍ଚ କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ଏଜେନ୍ସିକୁ ହାୟର ମଧ୍ୟ କରିଛନ୍ତି। ତେବେ ମଲାଇକା  ଅରୋରା ତଥା ଅରବାଜଙ୍କ ପୂର୍ବ ପତ୍ନୀଙ୍କ ସମ୍ବନ୍ଧ ଅର୍ଜୁନ୍ କପୁରଙ୍କ ସହ ଥିବା ଜଣିବାରୁ  ଦୁହିଁଙ୍କ ବିଛେଦ ହୋଇଥିଲା। ତେବେ ଏନେଇ ଖାନ ପରିବାରରୁ କୌଣସି ଆଧିକାରୀକ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.