Below header

ଏହି ଲକ୍ଷଣ ଆପଣଙ୍କ ନିକଟରେ ଦେଖାଯାଉନି ତ ? ଯଦି ହଁ ତେବେ ଆପଣଙ୍କ ଶରୀରରେ ବଢିଯାଇଛି କୋଲେଷ୍ଟ୍ରଲ୍

୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିବା ଆରମ୍ଭ ହୋଇଯାଏ । ଏହି ସ୍ତର ୬୦ ରୁ ୬୫ ବର୍ଷ ଯାଏଁ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ସମାନ ଭାବରେ ବଢିଥାଏ । ତେବେ ମାସିକ ଋତୁସ୍ରାବ ଆରମ୍ଭ ହେବା ପୂର୍ବରୁ ମହିଳାଙ୍କର କୋଲେଷ୍ଟ୍ରଲର ସ୍ତର କମ୍ ରହିଥାଏ । କିନ୍ତୁ ଏହାପରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଥାଏ । ଏବେ କେମିତି ଜାଣିବେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ସ୍ତର ବଢୁଛି ବୋଲି । ଯଦି ଜାଣି ନାହାଁନ୍ତି ଏବେ ନଜର ପକାନ୍ତୁ ।

ଶରୀରରେ କୋଷିକା ଏବଂ ହରମୋନ୍ ତିଆରି ପାଇଁ ଜରୁରୀ ହୋଇଥାଏ କୋଲେଷ୍ଟ୍ରଲ୍ । ସୁସ୍ଥ ରହିବା ପାଇଁ ଏକ ନିଶ୍ଚିତ ସ୍ତରର କୋଲେଷ୍ଟ୍ରଲ ଶରୀରରେ ରହିବା ଆବଶ୍ୟକ । କିନ୍ତୁ କୋଲେଷ୍ଟ୍ରଲର ସ୍ତର ବଢିବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବା ଆରମ୍ଭ ହୋଇଥାଏ । ଯାହା ଫଳରେ ଷ୍ଟ୍ରୋକ୍ସ, ହାର୍ଟ ଆଟାକ୍ ଏବଂ ହୃଦ ଜନିତ ବିଭିନ୍ନ ରୋଗ ହୋଇଥାଏ । ଯେତେବେଳେ ଆମ ଶରୀରରେ ଖରାପ କୋଲେଷ୍ଟ୍ରଲର ପରିମାଣ ଅଧିକ ହୋଇଥାଏ ସେତେବେଳେ କିଛି ସଙ୍କେତ ଦେଇଥାଏ ଆମ ଶରୀର । ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।

ଏହା ସହ ପଢନ୍ତୁ କେବେ ଲୁହା ବାସନରେ ତିଆରି ଖାଦ୍ଯ ଖାଇଛନ୍ତି ? କେବଳ ସ୍ବାଦ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

କୋଲେଷ୍ଟ୍ରଲ୍ କେତେ ରହିବା ଜରୁରୀ 

ରକ୍ତରେ କୋଲେଷ୍ଟ୍ରଲର ସ୍ତର ୩.୬ ମିଲିମୋଲ୍ସ ପ୍ରତି ଲିଟରରୁ ୭.୮ ମିଲିମୋଲ୍ସ ପ୍ରତି ଲିଟର ମଧ୍ୟରେ ରହିଥାଏ । ୬ ମିଲିମୋଲ୍ସ ପ୍ରତି ଲିଟର କୋଲେଷ୍ଟ୍ରଲକୁ ଉଚ୍ଚ ଶ୍ରେଣୀରେ ରଖାଯାଇଥାଏ । ଆଉ ଏପରି ହେବା ଦ୍ବାରା ଧମନି ସହ ଜଡିତ ରୋଗର ରିସ୍କ ବଢିଯାଇଥାଏ । ୭.୮ ମିଲିମୋଲ୍ସ ପ୍ରତି ଲିଟରରୁ ଅଧିକ କୋଲେଷ୍ଟ୍ରଲକୁ ବହୁତ ଉଚ୍ଚ ସ୍ତରର ବୋଲି କୁହାଯାଏ ।
ଲକ୍ଷଣ :

ହାତ ଗୋଡ ଝିମ୍ ଝିମ୍ ହେବା 

cholesterolଯେତେବେଳେ କୋଲେଷ୍ଟ୍ରଲ ମାତ୍ରା ଅଧିକ ହୋଇଯାଏ ସେତେବେଳେ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ପର‌୍ୟ୍ୟନ୍ତ ଅକ୍ସିଜେନ୍ ଯୁକ୍ତ ରକ୍ତ ପହଂଚିପାରିନଥାଏ । ଯାହା ଫଳରେ ହାତ ଗୋଡ ଝିମ୍ ଝିମ୍ ହୋଇଯାଏ । ଯଦି ଆପଣଙ୍କ ସହ ଏମିତି କିଛି ହେଉଛି ତେବେ ତୁରନ୍ତ ଟେଷ୍ଟ କରନ୍ତୁ ।

ମୁଣ୍ଡ ବିନ୍ଧା 

ଯଦି ଆପଣଙ୍କର ଅନେକ ସମୟରେ ମୁଣ୍ଡ ବିନ୍ଧୁଛି କିମ୍ବା ହଠାତ୍ ମୁଣ୍ଡ ହଲକା ହୋଇଯାଉଛି ତେବେ ଜାଣନ୍ତୁ ଆପଣ ଏହାର ଶିକାର । ମୁଣ୍ଡରେ କୋଲେଷ୍ଟ୍ରଲ୍ ଅଧିକ ହୋଇଗଲେ ଶିରା ପ୍ରଶିରାକୁ ରକ୍ତ ପହଂଚିପାରିନଥାଏ । ଯାହା ଫଳରେ ମୁଣ୍ଡ ବିନ୍ଧା ସହ ଅନ୍ୟାନ୍ୟ ସମସ୍ୟା ହୋଇଥାଏ ।

ନିଶ୍ବାସ ନେବାରେ କଷ୍ଟ ହେବା 

high cholesterolବିନା କୌଣସି ପରିଶ୍ରମରେ ଆପଣଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଛି । ତେବେ ଏହା କୋଲେଷ୍ଟ୍ରଲ୍ ବଢିବାର ଲକ୍ଷଣ ହୋଇପାରେ । ତେଣୁ ତୁରନ୍ତ ଟେଷ୍ଟ କରନ୍ତୁ ।

ବ୍ୟତିବସ୍ତ ଲାଗିବା କିମ୍ବା ଛାତିରେ କଷ୍ଟ ଅନୁଭବ ହେବା

କୋଲେଷ୍ଟ୍ରଲ୍ ବଢିଲେ ମୁଖ୍ୟ ରୂପରେ ହୃଦ୍ ଜନିତ ସମସ୍ୟା କିମ୍ବା ଷ୍ଟ୍ରୋକର ବିପଦ ବଢିଥାଏ । ସେଥିପାଇଁ ଯଦି ଆପଣଙ୍କର ଛାତିରେ କଷ୍ଟ ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ହୋଇପାରେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ସ୍ତର ବଢିଯାଇଛି ।

ଓଜନ ବଢିବା 

ଯଦି ଆପଣଙ୍କୁ ଲାଗୁଛି ବିନା କୌଣସି କାରଣରେ ଆପଣଙ୍କ ଓଜନ ବଢୁଛି ତେବେ ଏହା କୋଲେଷ୍ଟ୍ରଲ୍ ବଢିବା ଯୋଗୁଁ ହୋଇଥାଇପାରେ । ତେଣୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.