ଗଲଓ୍ଵାନ ଘାଟିରେ ସହିଦ ହୋଇଥିବା ଯବାନଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ଅଜୟ ଦେବଗନ, କିନ୍ତୁ ଟ୍ରୋଲର୍ସ ଶିକାର ହେଉଛନ୍ତି ଅକ୍ଷୟ
ଗଲଓ୍ଵାନ ଘାଟିରେ ସହିଦ ହୋଇଥିବା ଭାରତୀୟ ୨୦ ଯବାନଙ୍କ ବୀରତ୍ୱର କାହାଣୀକୁ ନେଇ ଅଜୟ ଦେବଗନ ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଏହାକୁ ନେଇ ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରିଛନ୍ତି । ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ବିଚାର କରାଯାଇ ନାହିଁ | ଏହି ଚଳଚ୍ଚିତ୍ରରେ ୨୦ ଜଣ ଯବାନଙ୍କ କାହାଣୀ ପ୍ରଦର୍ଶିତ ହେବ ଯେଉଁମାନେ ଚୀନ୍ ସେନା ସହିତ ଯୁଦ୍ଧ କରିଥିଲେ। ଫିଲ୍ମର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।
IT’S OFFICIAL… #AjayDevgn to make film on #GalwanValley clash… The film – not titled yet – will narrate the story of sacrifice of 20 #Indian army men, who fought the #Chinese army… Cast not finalized… Ajay Devgn FFilms and Select Media Holdings LLP will produce the film. pic.twitter.com/yaM6rPcK7Z
— taran adarsh (@taran_adarsh) July 4, 2020
ଏହି ଫିଲ୍ମ ଅଜୟ ଦେବଗନ କରିବେ ତାହାକୁ ନେଇ ଫ୍ୟାନ୍ ବହୁତ ଖୁସି ରହିଛନ୍ତି କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ମିମର୍ସ କରିବା ଆରମ୍ଭ କରିଦେଲଣି। ଅନେକ ୟୁଜର୍ସ ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ମଜାକ୍ ଉଡାୁଛନ୍ତି। ସେମାନଙ୍କ କହିବାନୁଯାୟୀ, ଦେଶର କୌଣସି ବଡ ଘଟଣାକୁ ନେଇ ଅକ୍ଷୟ ଫିଲ୍ମ ନିର୍ମାଣ କରନ୍ତି। ସାମାଜିକ ଘଟଣା ହେଉ ଅବା ଦେଶଭକ୍ତି ଉପରେ ଫିଲ୍ମ କରିବା ପାଇଁ ଅକ୍ଷୟ ପ୍ରସ୍ତୁତ ଥାନ୍ତି। ଏବେ ଅଜୟ ଏହି ଫିଲ୍ମ କରିବେ ବୋଲି ଫ୍ୟାନ୍ମାନେ ଅକ୍ଷୟଙ୍କୁ କମେଣ୍ଟ କରୁଛନ୍ତି। ଯାହାକୁ ନେଇ ମିମିଜ୍ ସୋସିଆଲ ମିଡିଆରେ ଭାଇରଲ ହେଉଛି।
When Akshay Kumar gets to know about #AjayDevgn doing a patriotic film … pic.twitter.com/jRAheHhNJT
— The Dumb Doctor (@Sir_Chatur) July 4, 2020
ଏହାପୂର୍ବରୁ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଏକ ଫିଲ୍ମ ମଧ୍ୟ କରାଯାଇଥିଲା। ଏହି ଫିଲ୍ମର ନାମ ଉରି – ଦି ସର୍ଜିକାଲ୍ ଷ୍ଟ୍ରାଇକ ଥିବାବେଳେ ଏଥିରେ ଅଭିନେତା ବିକି କୌଶଲ ନଜର ଆସିଥିଲେ। ସୂଚନା ଥାଉ କି ଜୁନ୍ ୧୫ ରେ ଚୀନ୍ ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଯବାନ ସହିଦ ହୋଇଥିଲେ |