ଭୁବନେଶ୍ଵର (କେନ୍ୟୁଜ) : ଲକଡାଉନ୍ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଝାରପଡା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ ୭ଟି ବାଇକ୍ ଜବତ କରିଛି । ଗ୍ୟାଙ୍ଗର ୩ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର୍ ହୋଇଛି ।
ପୋଲିସର ସୂଚନା ଅନୁସାରେ ଲକ୍ ଡାଉନ୍ ସମୟରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କ ଉପରେ ଏମାନେ ଟାର୍ଗେଟ୍ କରନ୍ତି । ନକଲି ଚାବି ଜରିଆରେ ଆଖି ପିଛୁଳାକେ ଉଠାଇ ନିଅନ୍ତି ବାଇକ୍ । ପରେ ଅଧା ରେଟ୍ ରେ ବିକ୍ରି କରିଥାନ୍ତି । ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ରହିଛି।