କରୋନା ଦୁଃଖ : ଘର ଭଡ଼ା ଦେଇ ନ ପାରିବାରୁ ଘରୁ ତଡ଼ିଦେଲେ ଘର ମାଲିକ

ସୋର(କେନ୍ୟୁଜ୍‌) : କରୋନା ପାଇଁ ସାରା ଦେଶ ଠପ୍‌ ହୋଇଯାଇଛି । ଅଧିକାଂଶ ଅଫିସ୍‌ରେ ତାଲା । ଲକ୍‌ଡାଉନ୍‌ ଛଡ଼ାଇ ନେଇଛି ଜୀବନ ଜୀବିକା । ଜୀବନର ଗତି ଅଟକି ଯାଇଛି । ଦୈନିକ ରୋଜଗାର ଉପରେ ଚଳୁଥିବା ଲୋକଙ୍କ କଥା ତ ନ କହିବା ଭଲ ।

ସେମାନଙ୍କ ପାଇଁ ଯେଉଁଠି ଦୁଇ ଓଳି ଖାଇବା ବଡ଼ ସମସ୍ୟା ସେଠି ଘର ଭଡ଼ା କଥା ନ କହିବା ଭଲ । ଏପରି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଢ଼େଇ ସାହିରେ ।

ଘର ଭଡ଼ା ଦେଇ ନପାରିବାରୁ  ଘରେ ଭଡ଼ାରେ ରହୁଥିବା ୫ ଜଣ ଯୁବକ ଯୁବତୀଙ୍କୁ ବାହାର କରିଦେଇଛନ୍ତି ଘର ମାଲିକ । ଏହି ଯୁବକ ଯୁବତୀମାନେ ଗତ ଜାନୁଆରୀ ମାସରୁ ଏଠାରେ ଘର ଭଡ଼ା ନେଇ ରହୁଥିଲେ ।

ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ଘର ଭଡ଼ା ଦେଇ ପାରି ନଥିଲେ । ଫଳରେ ଘର ମାଲିକ ସେମାନଙ୍କୁ ଘରୁ ତଡ଼ି ଦେଇଛନ୍ତି । ସବୁଠୁ ଦୁଃଖର କଥା ହେଉଛି ଯେ ଏହି ବ୍ୟକ୍ତିମାନେ ହେଉଛନ୍ତି ଭିନ୍ନକ୍ଷମ ।

କରୋନା କାଳରେ ଅଭାବୀ ଓ ଭିନ୍ନକ୍ଷମଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ସମସ୍ତେ କହିଛନ୍ତି । ଏପରିକି କିଛି ଘର ମାଲିକ ଘର ଭଡ଼ା ଛାଡ଼ି ଦେଇଥିବା ଦେଖାଯାଇଛି ।

ହେଲେ ସୋରରେ ଏହି ଭିନ୍ନକ୍ଷମଙ୍କୁ ଘର ମାଲିକ ଘରୁ ବାହାର କରିଦେଇଥବାରୁ ଲୋକେ ଏହାକୁ ନାପସନ୍ଦ କରିଛନ୍ତି । ଏହି ଭିନ୍ନକ୍ଷମଙ୍କ ପ୍ରତି ସରକାର ସହଯୋଗର ହାତ ବଢ଼ାନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.