ପାଇପ୍‌ରୁ ମା’ ଅଜଗର ସହ ବାହାରିଲା ୨୮ଟି ଅଣ୍ଡା, ଲୋକେ ଆତଙ୍କିତ

ଜଙ୍ଗଲୀ ଜନ୍ତୁଙ୍କୁ ଉଦ୍ଧାର କରି ବନ ବିଭାଗ ବଣରେ ଛାଡ଼ିବା ତ ଏକ ସାଧାରଣ କଥା। କିନ୍ତୁ ଗୁଜରାଟର ବନ ବିଭାଗ କର୍ମଚାରୀ ଅଜଗରର ଅଣ୍ଡାକୁ ଉଦ୍ଧାର କରି ଛୁଆ ଫୁଟିବା ପରେ ସେମାନଙ୍କୁ ନେଇ ଜଙ୍ଗଲରେ ଛାଡ଼ିଥିବା ଦେଖାଯାଇଛି। ବନ ବିଭାଗର ଏଭଳି ମହାନ୍‌ କାମ ପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଥିବା ଜଣାଯାଇଛି।

Record Breaking Giant Python Eggs - YouTube

ରିପୋର୍ଟ ମୁତାବକ ଗୁଜରାଟର ନବସାରୀ ଜିଲ୍ଲାର ଅମ୍ଭେଟା ଗାଁର ଜଣେ କୃଷକ ଜମିରେ ପଡ଼ିଥିବା ଏକ ପାଇପ ଭିତରକୁ ଅଜଗର ଯାଉଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ପରେ ଟିମ୍‌ ପହଞ୍ଚି ଦେଖିବା ବେଳକୁ ପାଇପ୍‌ ଭିତରେ ମା’ ଅଜଗର ସମେତ ଅଣ୍ଡା ଥିବା ଦେଖିବାକୁ ପାଇଥିଲା। ମା’ ଅଜଗର ଥିବାରୁ ବନ ବିଭାଗ ସେମାନଙ୍କୁ ସେଠାରୁ ହଟାଇବାକୁ ଉଚିତ ଭାବିନଥିଲା। ପୂରା ଟିମ୍‌ ସେହି ପାଇପ୍‌ ଉପରେ ଦିନ ରାତି ନଜର ରଖିଥିଲେ।

ପ୍ରାୟ ୭୦ ଦିନ ପରେ ସାପଟି ପାଇପରୁ ବାହାରକୁ ବାହାରି ଆସିଥିଲା। ପରେ ଟିମ୍‌ ଭିତରକୁ ଯାଇ ଦେଖିବା ବେଳକୁ ସେଠାରେ ୨୮ଟି ଅଜଗର ଛୁଆ ଫୁଟିଥିଲେ। ସମସ୍ତ ଛୁଆ ସୁସ୍ଥ ଥିଲେ। ପ୍ରାଥମିକ ଯାଞ୍ଚ ପରେ ବନ ବିଭାଗ ସମସ୍ତ ଛୁଆଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇ ଆସିଛନ୍ତି।

Leave A Reply

Your email address will not be published.