ନବୀନ-କମଲଙ୍କ ମିଳନ, ଦେଲେ ରାଜନୀତି ଟିପ୍ସ

ଚେନ୍ନାଇ : ନବୀନଙ୍କୁ ଭେଟିଲେ କମଲ ହାସନ୍‌ । ରାଜନୀତିର ଟିପ୍ସ ନେଇଛନ୍ତି । ଆଜି ଚେନ୍ନାଇରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସାଉଥ ସୁପରଷ୍ଟାର ତଥା ମକଲ୍‌ ନିଧି ମୟମ୍‌ ବା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ। କିଛି ସମୟ ପାଇଁ ଦୁଇ ନେତା ଆଲୋଚନା କରିଥିଲେ । ପ୍ରତିକ୍ରିୟାରେ କମଲ ହାସନ କହିଛନ୍ତି, ରାଜନୀତିରେ ସେ ନୂଆ ।

ପରାମର୍ଶ ନେବା ପାଇଁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । କଳାକାର ଭାବେ ନବୀନ ତାଙ୍କୁ ପ୍ରଶଂସା କରିଥିବା କହିଛନ୍ତି କମଲ ହାସନ୍‌ । ଅଭିନେତାରୁ ନେତା ସାଜିଛନ୍ତି କମଲ । ଚଳିତବର୍ଷ ମକଲ ନିଧି ମୟମ୍‌ ନାଁରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ ମୈଦନାକୁ ଓହ୍ଲାଇବ ଏମ୍‌ଏନ୍‌ଏମ୍‌ । ଏବେ ନବୀନ-କମଲଙ୍କ ସାକ୍ଷାତ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.