ବାଉଁଶରୁ କାଠ ତିଆରି ପାଇଁ ପଦକ୍ଷେପ, ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ପ୍ରୟାସ

ଭୁବନେଶ୍ବର(କେନ୍ଯୁଜ୍) : ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ପ୍ରଥମ ଥର ପାଇଁ ବାଉଁଶରୁ କାଠ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଇଛି । ଓଡିଶା ଜଙ୍ଗଲରେ ଥିବା କଞ୍ଜା ସାଳୁଅ ବାଉଁଶରୁ କାଠ ପ୍ରସ୍ତୁତ କରାଯିବ । ଗତ ଜୁନ ମାସରେ ଓଡିଶା ଜଙ୍ଗଲରେ ଥିବା ବାଉଁଶରୁ ବାଉଁଶ କାଠ ପ୍ରସ୍ତୁତ କରିବା ପାଇଁ ତ୍ରିପୁରାର ଅଗରତାଲର ମୁଥା କାରଖାନକୁ ପଠାଯାଇଥିଲା । ଉତ୍ତର ପୁର୍ବ ଭାରତର ଏହି କାରଖାନ ଦୁଇ ବର୍ଷ ଧରି ବାଉଁଶ କାଠରୁ ବିଭିନ୍ନ ପ୍ରାକ ସାମଗ୍ରୀ ପ୍ରସ୍ତୁତ କରିଆସୁଛି । ଓଡିଶାରେ କିଭଳି ବାଉଁଶ କାଠ ପ୍ରସ୍ତୁତ କରାଯାଇପାରିବ ଏନେଇ ଆସନ୍ତା ୨୯ ତାରିଖରେ ମୁଖ୍ୟଶାସନ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଟିତ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.