ପରୀ-ଟୁ ଅଭିଯାନରେ ରାଜ୍ୟ ଭିତରୁ ଉଦ୍ଧାର ହେଲେ ୨ ହଜାର ୧୮୯ ନିଖୋଜ ପିଲା

ଭୁବନେଶ୍ବର(କେନ୍ଯୁଜ୍) : ଅପରେସନ ପରୀ-ଟୁ ଅଭିଯାନରେ ୨୫ ତାରିଖ ସୁଦ୍ଧା ରାଜ୍ୟ ଭିତରୁ ୨ହଜାର୧୮୯ ନିଖୋଜ ପିଲାଙ୍କୁ ଉଦ୍ଧାର କରାଯାଇଛି । ସେହିପରି ରାଜ୍ୟ ବାହାରୁ ଉଦ୍ଧାର ହୋଇଛନ୍ତି ୯୨ ଜଣ ନିଖୋଜ ପିଲା । ଏହି କ୍ୟାମ୍ପେନ ପାଇଁ ୮ଟି ଟିମ ଗଠନ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର,ଦିଲ୍ଲୀ ଓ ତାମିଲନା ଡୁକୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଟିମ ଯାଇଛି ।

pari2ଗତକାଲି ଗୋଟିଏ ଟିମ ଆନ୍ଧ୍ରପ୍ରଦେଶରୁ ୪୯ ଜଣ ପିଲାଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ପରିବାର ଲୋକଙ୍କ ଜିମା ଦିଆଯିବ । ଅପରେସନ ମୁସ୍କାନ ଓ ଅପରେସନ ଖୁସି ପରେ ଓଡ଼ିଶା ପୋଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଗତ ୧ ତାରିଖରୁ ଚାଲିଛି ଅପରେସନ ପରୀ-ଟୁ । ଏହା ଆସନ୍ତା ୩୦ ତାରିଖ ଯାଏଁ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.