“ଅଭିଜିତ୍‌ ମୋର ବନ୍ଧୁ ନୁହେଁ ” ବୈଜୟନ୍ତ

ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ଙ୍କୁ ସାକେତ ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ୫ ତାରିଖ ଯାଏ ବଳବତ୍ତର ରହିବ । ଅଭିଜିତଙ୍କ ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ହାଇକୋର୍ଟ ଯିବା ପାଇଁ ପୋଲିସ ସହାୟତା ଚାହିଁଲେ ତାଙ୍କୁ ଯୋଗାଇଦେବାକୁ ମଧ୍ୟ କହିଛନ୍ତି । ପୂର୍ବରୁ ଅଭିଜିତଙ୍କୁ ଆସନ୍ତା ୨୮ ତାରିଖରେ କୋଣାର୍କ ଥାନାରେ ହାଜର ପାଇଁ ସାକେତ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଅଭିଜିତଙ୍କ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ବିଧାନସଭା ଗୃହ କମିଟିର ପରବର୍ତ୍ତୀ ବୈଠକ ଆସନ୍ତାକାଲି ବସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.