ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ଯାତନା

ତ୍ରିପୁରା(କେନ୍ଯୁଜ୍) :ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ଯାତନା । ଅଗରତାଲାରେ ସ୍ଥାନୀୟ ଲୋକଙ୍କ ନିର୍ଯ୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଗରତାଲା ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଏକଲବ୍ୟ କ୍ୟାମ୍ପସରେ ୯୦ରୁ ଅଧିକ ବିଏଡ୍‌ ଛାତ୍ରଛାତ୍ରୀ ପଢୁଛନ୍ତି । ୧୦ ଜଣ ଓଡ଼ିଆ ଶିକ୍ଷକ ମଧ୍ୟ ରହିଛନ୍ତି । ଗତକାଲି ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରୀମାନଙ୍କୁ ମଧ୍ୟ ରାସ୍ତାରେ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି । ସ୍ଥାନୀୟ ପିଲାଙ୍କୁ ସେଠାରେ ପାଠ ପଢିବାର ସୁଯୋଗ ନଦେଇ, ଅନ୍ୟ ରାଜ୍ୟର ପିଲାଙ୍କୁ ସୁଯୋଗ ଦିଆଯାଉଥିବାରୁ ଏପରି ଆକ୍ରମଣ କରାଯାଉଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ କହିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତକାଲିଠାରୁ ପିଲାଙ୍କ ନିବେଦନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପିଲାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.