Below header

ବ୍ୟଭିଚାର ମାମଲାରେ କେବଳ ପୁରୁଷଙ୍କୁ ଜେଲ ଦଣ୍ଡ କାହିଁକି? ଆଇପିସିର ୪୯୭ ଦଫାକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଇପିସି ୪୯୭ ଦଫାକୁ ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରକାଶ କରିବେ । ଆଇପିସିର ୪୯୭ ଦଫାରେ ବ୍ୟଭିଚାର ମାମଲାରେ କେବଳ ପୁରୁଷଙ୍କୁ ଜେଲ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ସହମତିରେ ଅନ୍ୟ ସ୍ତ୍ରୀ ସହ ସଂପର୍କ ରଖି ଦୋଷୀ ସାବ୍ୟସ୍ତ ହେଲେ କେବଳ ପୁରୁଷ ହିଁ ଦଣ୍ଡିତ ହେଉଛି । ଦୋଷୀ ପୁରୁଷଙ୍କୁ ୫ ବର୍ଷ ପର୍ଯ୍ଯନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ସହମତିରେ ଯୌନ ସଂପୃକ୍ତ ରଖିଥିବା ମହିଳାଙ୍କୁ ପୀଡିତା ଦର୍ଶାଇ ଛାଡି ଦିଆଯାଉଛି । ସହମତିରେ ଯୌନ ସଂପର୍କ ରଖିବା ମାମଲାରେ ଉଭୟ ପୁରୁଷ ଓ ସ୍ତ୍ରୀ ସମ ପରିମାଣରେ ଦାୟୀ ଥିବା ସତ୍ତ୍ୱେ କେବଳ ପୁରୁଷଙ୍କୁ ଦଣ୍ଡିତ କରାଯିବା ଏବଂ ମହିଳାଙ୍କୁ ଛାଡ କରାଯିବା ଆଇନତଃ ପକ୍ଷପାତିତା ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ୧୫୭ ବର୍ଷ ପୁରୁଣା ବ୍ରିଟିଶ ଅମଳର ଏହି ଆଇନର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଆବେଦନ ହୋଇଛି । ୨୦୧୬ ଡିସେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ଏହାର ସାମ୍ବିଧାନିକ ଦିଗକୁ ତର୍ଜମା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.