ମଧ୍ଯପ୍ରଦେଶ ରାଜ୍ଯପାଳ ଲାଲଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ପରଲୋକ

ମଧ୍ୟପ୍ରଦେଶ : ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ। ୮୫ ବର୍ଷ ବୟସରେ ଲକ୍ଷ୍ନୌରେ ତାଙ୍କର ପରଲୋକ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଆଶୁତୋଷ ଟଣ୍ଡନ। ତେବେ କିଛି ଦିନ ହେବ ସେ  ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।

ଏନେଇ ଲାଲ୍‌ଜୀଙ୍କୁ ଜୁନ୍‌ ୧୧ ତାରିଖରେ ଲକ୍ଷ୍ନୋର ମେଦାନ୍ତ ହସପିଟାଲରେ ଭର୍ତ୍ତି କରଯାଇଥିଲା । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସୂଚନା ଥାଉକି ଲାଲ୍‌ଜୀଙ୍କ ଅସୁସ୍ଥତା କାରଣରୁ  ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ କାର୍ଯ୍ୟଭାର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.