ପ୍ରେମିକ ସାଜିଲା ହତ୍ୟାକାରୀ, ବାହା ହେବା ପରେ ପ୍ରେମିକାର ଶ୍ବଶୁରକୁ ହତ୍ୟା କଲା ଅଭିଯୁକ୍ତ

ଯାଜପୁର ରୋଡ(କେନ୍ୟୁଜ୍): ଏକ ତରଫା ପ୍ରେମ ନିଶା ପ୍ରେମିକ ପାଇଁ ମହଙ୍ଗା ପଡିଲା। ପ୍ରେମିକ ସାଜିଲା ହତ୍ୟାକାରୀ। ପ୍ରେମିକା ବାହାହେବା ପରେ ପ୍ରେମିକାର ଶ୍ବଶୁରକୁ ହତ୍ୟା କଲା ଅଭିଯୁକ୍ତ ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାଲିପଶି ଗାଁରେ। ସକାଳୁ ସକାଳୁ ଗାଁର ବାଉଁଶବୁଦା ନିକଟରୁ ମିଳିଥିଲା କ୍ଷତାକ୍ତ ମୃତଦେହ। ଅଭିଯୁକ୍ତ ପ୍ରେମିକ ହେଲା କୁନା ଓରଫ୍ ଅବିନାଶ ଧଳ। ମୃତବ୍ୟକ୍ତି ହେଲେ ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ। ସୂଚନା ମୁତାବକ ନିକଟରେ ଶରତ ତାଙ୍କ ସାନ ପୁଅକୁ ବାହାଦେଇଥିଲେ। ହେଲେ ଏହି ବିବାହ ପୂର୍ବରୁ ଅବିନାଶ ଶରତଙ୍କ ସାନବୋହୁଙ୍କୁ ପ୍ରେମ କରୁଥିଲେ।

ସେଥିପାଇଁ ସେ ପ୍ରତିହିଂସା ପରାୟଣ ହୋଇ ଉଠିଥିଲା। ଶରତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଅବିନାଶ ଧମକ ଦେଇ ଆସୁଥିଲା।ଶେଷରେ ଗତକାଲି ରାତିରେ ଶରତଙ୍କୁ ହତ୍ୟା କରି ବାଉଁଶ ବୁଦାରେ ମୃତଦେହ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଯାଜପୁର ରୋଡ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ସେପଟେ ହତ୍ୟା ଅଭିଯୁକ୍ତ ଟୁନା ଓରଫ୍ ଅବିନାଶ ଆଜି ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛି।ଅଭିଯୁକ୍ତକୂ ଗିରଫ୍ କରି ପୋଲିସ୍ ତଦନ୍ତ ଜାରୀ ରଖିଛି

Leave A Reply

Your email address will not be published.