ଭାରତର ନୂଆ CAG ଭାବେ ଶପଥ ନେଲେ ଗିରିଶ ଚନ୍ଦ୍ର ମୁର୍ମୁ, ଉତ୍ସବରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତି ଥିଲେ ବହୁ ବିଶିଷ୍ଟ ବ୍ଯକ୍ତି

ନୂଆଦିଲ୍ଲୀ: ଭାରତର ନୂଆ CAG ଭାବେ ଶପଥ ନେଲେ ଗିରିଶ ଚନ୍ଦ୍ର ମୁର୍ମୁ । ତାଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମାରୋହରେ ଉପସ୍ଥିତ ଥିଲେ । ଏହାପରେ ତାଙ୍କୁ ସିଏଜି ଭାବେ ଅବସ୍ଥାପିତ କରାଯାଇଛି ।

girishଶପଥପାଠ ପରେ ସିଏଜି କାର୍ଯ୍ୟାଳୟରେ ପହଁଚିଥିଲେ । ମହାତ୍ମା ଗାନ୍ଧି ଓ ବି ଆର ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀ ନିକଟରେ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ବ୍ୟାଚ ଆଇଏଏସ ଅଫିସର ଗିରିଶ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ପଦରୁ ୫ ତାରିଖରେ ଇସ୍ତଫା ଦେଇଥିଲେ । ଗିରିଶ ଚନ୍ଦ୍ର ମୁର୍ମୁ ଓଡ଼ିଶାର ମୟୁରଭଞ୍ଜ ମାଟିର ସନ୍ତାନ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.