ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ବିଶ୍ବର ସବୁଠୁ ଜବରଦସ୍ତ ଇଲେକ୍ଟ୍ରିକ ବାଇକ, ଥରେ ଚାର୍ଜ ହେଲେ ଚାଲିବ ୪୭୦ KM

Evoke Motorcycles ଏକ ବିଶେଷ ବାଇକ ନିକଟରେ ହିଁ ଲଂଚ କରିଛି । ଯାହାର ନାଁ କମ୍ପାନୀ ତରଫରୁ 6061 ରଖାଯାଇଛି । ଏହି ମଡର୍ଣ୍ଣ ବାଇକ ଟିର ଲୁକ ବି ବେଶ ଆକର୍ଷଣୀୟ ରହିଛି । ଖାଲି ଲୁକ ନୁହେଁ ଏହି ବାଇକର ଅନ୍ୟାନ ଫିଚର ଗୁଡିକ ବି ଖୁବ ଉନ୍ନତ ଧରଣର ରହିଛି । ସବୁଠୁ ବେଶୀ ଖାସ ହେଉଛି ଏହାର ବ୍ୟାଟେରୀ । ଏହାର ବ୍ୟାଟେରୀ ମାତ୍ର ୧୫ ମିନିଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ । ଏଥିପାଇଁ କିନ୍ତୁ ଆପଣଙ୍କୁ DC 125W ଫାଷ୍ଟ ଚାରଜିଙ୍ଗ କେବଲ ବ୍ୟବହାର କରିବାକୁ ହେବ ।

230 କମ୍ଫର ଟପ ସ୍ପୀଡ:

ଏହି ବାଇକର ରାଉଣ୍ଡ ସେପରେ ଏକ LED ହେଡ଼ଲ୍ୟାମ୍ପର ସୁବିଧା ଦିଆଯାଇଛି । ଆଉ ମଧ୍ୟ ଏହି ସ୍ୱତନ୍ତ୍ର ବାଇକଟି 120 KM ଲିକ୍ୱିଡ଼ ମୋଟର ସହ ଉପଲବ୍ଧ ହେବ । ଏହାବାଦ 230 kmph ସ୍ପୀଡ ସହ ଉପଲବ୍ଧ ହେବ ।

electric bike

470 କିମି ପର୍ଯ୍ୟନ୍ତ ରହିବ ରେଞ୍ଜ:

ରେଞ୍ଜ ଦୃଷ୍ଟିରୁ ଦେଖିଲେ ଏହି ବାଇକ ଅନ୍ୟ କେତେ ଗୁଡିଏ ବାଇକକୁ ବି ପଛରେ ପକାଇ ଦେବ । ଫୁଲ ଚାର୍ଜ ହୋଇଥିଲେ ଏହି ଷ୍ଟାଇଲିସ ବାଇକ ୪୭୦ KM ରେଞ୍ଜ କଭର କରିପାରିବ । ଏମିତିକି ହାଇୱେରେ ଏହି ସୁପର ଫାଷ୍ଟ ବାଇକ 265 କିମି ପର୍ଯ୍ୟନ୍ତ ଚାଲିପାରିବ । ଯେଉଁ ମାନଙ୍କୁ ଲମ୍ବା ରେଞ୍ଜ ଵାଲା ବାଇକ ପସନ୍ଦ ସେମାନଙ୍କ ପାଇଁ ଏକ ଭଲ ଅପସନ ହୋଇପାରିବ ।

ଖୁବ ଶୀଘ୍ର ଏହି ସ୍ପେଶାଲ ବାଇକ ୟୁଏସ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ୟୁଏସ ବଜାରରେ ଏହି ସ୍ୱତନ୍ତ୍ର ବାଇକକୁ ୨୪,୯୯୫ ଡ଼ଲାର ବା ପ୍ରାୟ ୧୮.୭୩ ଲକ୍ଷ ଟଙ୍କାରେ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବାଇକ Harley Davidson ଓ Zero SR/Fକୁ କଡା ଟକ୍କର ଦେବ । ଭାରତରେ ଏହାର ଲଚିନଂଗ ନେଇ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଖୁବ ଶୀଘ୍ର ଭାରତୀୟ ବଜାରରେ ବି ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.