ସୁଶାନ୍ତଙ୍କ ପର୍ସନାଲ ଡାଏରୀରୁ ଚିରାଯାଇଛି କିଛି ପୃଷ୍ଠା, ସେହି ପୃଷ୍ଠାରେ ନଥିଲା ତ କିଛି ରାଜ୍‌!

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ତଦନ୍ତ ଠିକ୍‌ ହେଉନଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ଏବେ ଏହାର ତଦନ୍ତ ସିବିଆଇ କରୁଛି। ଏବେ ଯାଏଁ ମାମଲାରେ ଅନେକ ଗୁଡ଼ିଏ ଖୁଲାସା ହୋଇଛି। ଇତି ମଧ୍ୟରେ ସିବିଆଇକୁ ସୁଶାନ୍ତ ରାଜପୁତଙ୍କ ପର୍ସନାଲ ଡାଏରୀ ମିଳିଛି।

Sushant Singh Rajput Death Investigation: Sanjay Leela Bhansali to ...

ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରତିଦିନ ଡାଏରୀ ଲେଖୁଥିଲେ। ଏହା ତାଙ୍କର ଏକ ପୁରୁଣା ଅଭ୍ୟାସ ଥିଲା। ଡାଏରୀରେ ସେ ଦିନ ଯାକ ଯାହା ଯାହା କାମ କରୁଥିଲେ ସେ ବିଷୟରେ ଲେଖୁଥିଲେ। ଏଥିରେ ସେ ନିଜ ପ୍ଲାନ୍‌ ଓ ନିଜ ବିଷୟରେ ଅନେକ କଥା ଲେଖିଥିଲେ। ଏବେ ଏହି ଡାଏରୀ ସିବିଆଇ ହାତରେ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଡାଏରୀର କେତେକ ପୃଷ୍ଠା ଗାଏବ ଅଛି।

Four pages of the diary of Sushant Singh Rajput missing : Reports

ଏହି ଡାଏରୀରୁ ଅନେକ କିଛି ତଥ୍ୟ ମିଳିବ ବୋଲି ସିବିଆଇ ଆଶା କରୁଥିବା ବେଳେ ଏବେ ପୃଷ୍ଠା ଗାଏବ ଥିବା ଘଟଣା ମାମଲାରେ କିଛି ଗଡ଼ବଡ଼ ଥିବା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଡାଏରୀ ଦେଖିଲେ ଲାଗୁଛି ଯେ ସେଥିରୁ ମଝି ପୃଷ୍ଠାଗୁଡ଼ିକ କିଏ ଚିରି ଦେଇଛି। ମାତ୍ର ଏହି ଘଟଣାକୁ ନେଇ ସୁଶାନ୍ତଙ୍କ ସାଙ୍ଗ ଓ ମ୍ୟାନେଜର ଆଉ କିଛି ମତ ଦେଇଛନ୍ତି। ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ କହିଛନ୍ତି ଯେ ଯେତେବେଳେ ବି ସୁଶାନ୍ତଙ୍କୁ କିଛି ଲେଖିଥିବା କଥା ପସନ୍ଦ ଆସେନାହିଁ ସେ ଡାଏରୀରୁ ସେହି ପୃଷ୍ଠାଗୁଡ଼ିକ ଚିରି ଫୋପାଡ଼ି ଦେଇଥାନ୍ତି। ତେବେ ଏହି କଥାର ସତ୍ୟତା ତଦନ୍ତ ପରେ ଜଣାଯିବ।

सुशांत सिंह राजपूत, सिद्धार्थ पिठानी

ମାତ୍ର ଡାଏରୀ ଚିରିବା ଘଟଣାକୁ ନେଇ ସୁଶାନ୍ତଙ୍କ ବାପା କହିଛନ୍ତି ଯେ ଡାଏରୀରୁ ଜଣାପଡ଼ିଥାନ୍ତା ସେହି ସମୟରେ ସୁଶାନ୍ତଙ୍କ ମନରେ କ’ଣ ଚାଲିଥିଲା। କିନ୍ତୁ ଏହି ପୃଷ୍ଠା ଗାଏବ ହେବା ପରେ ମାମଲା ଆହୁରି ସନ୍ଦେହ ଘେରକୁ ଚାଲିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.