ଆଜି ରାଜ୍ଯରେ କରୋନା ନେଲା ପୁଣି ୧୨ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ମୃତ

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୨ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମ,ଖୋର୍ଦ୍ଧା,କେନ୍ଦୁଝର ଓ କନ୍ଧମାଳରୁ ଦୁଇ ଜଣଙ୍କର ମୃତ୍ଯୁ ହୋଇଛି । ଏହାବ୍ଯତିତ ବାଲେଶ୍ବର, ଭଦ୍ରକରୁ , ସୁନ୍ଦରଗଡ ଏବଂ ଗଜପତିରୁ ଜଣେ କରୋନା ରୋଗୀ ମୃତ୍ଯୁବରଣ କରିଥିବା ଜଣାପଡିଛି।

୧. ବରଗଡ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

୨. ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

୩. ଭୁବନେଶ୍ୱରର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ପାର୍କିନ୍ସନ୍ଜିମ୍, ବେନିନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆରେ ମଧ୍ୟ ପୀଡିତ ଥିଲେ |।

୪. ବାଲେଶ୍ବର ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୫. କନ୍ଧମାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ ।

୬. କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ ।

୭. କେନ୍ଦୁଝର ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ରେ ମଧ୍ୟ ପୀଡିତ ଥିଲେ ।

୮. ଗଜପତି ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଇସକେମିକ୍ ହୃଦ୍ ରୋଗରେ ପୀଡିତ ଥିଲେ।

୯. ଗଞ୍ଜାମ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

୧୦. କେନ୍ଦୁଝର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ |

୧୧. ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ ।

୧୨. ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ UTI ରେ ମଧ୍ୟ ପୀଡିତ ଥିଲେ।

ଅନ୍ୟ ୩ ଟି COVID ରୋଗୀ ଅନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୃତ୍ୟୁ ବରଣ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.