Below header

ଆତ୍ମନିର୍ଭର ଭାରତ ଆପ୍‌ ଚ୍ୟାଲେଞ୍ଜ, ଚିଙ୍ଗାରୀକୁ ମିଳିଲା ଶ୍ରେଷ୍ଠ ଆପ୍‌ ଆଓ୍ଵାର୍ଡ

ଭାରତ ଏକାସାଥିରେ ୫୯ ଚାଇନିଜ ଆପ୍‌କୁ ବ୍ୟାନ କରିବା ପରେ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜର ଘୋଷଣା କରିଥିଲା। ଯେଉଁଥିପାଇଁ ସବୁ ଭାରତୀୟ ଡେଭଲର୍ପସ କମ୍ପାନୀ ଏବଂ ଆଇଟି କମ୍ପାନୀ ନିଜର ଆପ୍‌କୁ ନେଇ ଆବେଦନ କରିଥିଲେ। ଏବେ ସରକାର ଏହି ଚ୍ୟାଲେଞ୍ଜର ବିଜେତା ଘୋଷଣା କରିଛନ୍ତି।

ଦେଶରେ ଟିକ୍ଟକ୍କୁ ସରକାର ନିଷିଦ୍ଧ କରିବା ପରେ ଘରୋଇ ଆପ୍ ଚିଙ୍ଗାରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତରେ ପ୍ରସ୍ତୁତ ଏହି ସର୍ଟ ଭିଡିଓ ସେୟାର ଆପ୍ କିଛିଦିନ ପୂର୍ବରୁ ଆତ୍ମନିର୍ଭର ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ଜିତିଥିଲା। ଯାହା ଫଳରେ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ। ଏହି ପ୍ରତିଯୋଗିତାରେ ଜିତିବା ପରେ ଉକ୍ତ କମ୍ପାନିରେ ଏଞ୍ଜେଲିଷ୍ଟ ଇଣ୍ଡିଆ, ଆଇସିଡ୍, ଭିଲେଜ ଗ୍ଲୋବାଲ, ଲଗଏକ୍ସ ଭେଞ୍ଚର ସମେତ ଅନ୍ୟ କେତେକ କମ୍ପାନି ୧.୩ ନିୟୁତ ଡଲାର ବା ପାଖାପାଖି ୯ କୋଟି ୭୫ ଲକ୍ଷ ଟଙ୍କା ନିବେଶ କରିବାକୁ ଆଗେଇ ଆସିଛନ୍ତି। ଟିକ୍ଟକ୍ର ସ୍ବଦେଶୀ ବିକଳ୍ପ ଭାବେ ଏହି ଆପ୍କୁ ବିବେଚନା କରାଯାଉଛି। ଏହି ଅର୍ଥରେ କମ୍ପାନି ନୂଆ ପ୍ରତିଭାଙ୍କୁ ନିଯୁକ୍ତି ଦେବ ବୋଲି ଏହାର ସିଇଓ ସୁମିତ ଘୋଷ କହିଛନ୍ତି।

55

ମାତ୍ର ୨୨ ଦିନରେ ଚିଙ୍ଗାରୀ ଆପ୍‌କୁ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକ ଡାଉନଲୋଡ କରିଛନ୍ତି। ଖାସ୍‌ କଥା ହେଲା ମାତ୍ର ଏକ ସପ୍ତାହ ମଧ୍ୟରେ ପ୍ଲେ ଷ୍ଟୋରରେ ଟପ୍‌ ଟୁ ଫ୍ରି ଆପ୍‌ ମଧ୍ୟରେ ଚିଙ୍ଗାରୀ ସ୍ଥାନ ପାଇଥିଲା। ଯାହାକୁ ସପ୍ତାହେ ମଧ୍ୟରେ ୨୫ ଲକ୍ଷରୁ ଅଧିକ ଲୋକ ଡାଉନଲୋନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.