ମନ୍ଦିର ଖୋଲିବା ନିଷ୍ପତ୍ତି ନେଇପାରିବେ ରାଜ୍ୟ ସରକାର: ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):୪ ମାସରୁ ଅଧିକ ସମୟ ବନ୍ଦ ପଡିଥିବା ମନ୍ଦିର ଗୁଡିକ ଖୋଲାଯିବକି? ଏ ନେଇ ହୋଇଥିବା ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ଜନସ୍ବାର୍ଥ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସେ ରାୟ ଦ୍ବାରା ଜଣାଇଛନ୍ତି ଯେ  ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବଦେବୀ ମନ୍ଦିର ଖୋଲିବ କି ନାହିଁ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଅନୁଷ୍ଠାନ ଖୋଲିପାରେ । ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ତ୍ରିଲୋଚନ ନାଥ, ଜୟନ୍ତ ବଳଙ୍କ ପକ୍ଷରୁ  ୨ଟି ମାମଲା ରୁଜୁ ହୋଇଥିଲା ।   ୨ଟି ମାମଲାକୁ ହାଇକୋର୍ଟ ଏକାଠି ଶୁଣାଣି କରିଥିଲେ ।

ପୁରୀର ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ। କିନ୍ତୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଉଲ୍ଲଂଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ମେ ୩୦ ନିୟମାବଳୀର ଉଲ୍ଲଂଘନ। ରାଜ୍ୟ ସରକାର ମଦ ଦୋକାନଠାରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ ସବୁ କିଛି ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି। ଏଥିସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ମଧ୍ୟ କଟକଣା ନିୟମ ମାନି ଜାରି ରଖିବାକୁ ଅନୁମତି ମିଳିଛି।ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.