ନାବାଳିକା ଝିଆରୀକୁ ବିବାହ କଲାବେଳେ ପହଁଚିଲା ପୋଲିସ, ତାପରେ କଣ ହେଲା ପଢ଼ନ୍ତୁ

ସାଲେପୁର (କେନ୍ୟୁଜ) : ନାବାଳିକା ଝିଅକୁ ବିବାହ କରୁଥିବା ସମୟରେ ସିଡବ୍ଲୁସି ଓ ଆନ୍ତର୍ଜାତୀୟ ମାନବାଧିକାର ସଂଘର କର୍ମଚାରୀଙ୍କ ପୋଲିସ ସମେତ ଅଚାନକ ଚଢ଼ାଉ। ଘଟଣା ଘଟିଛି କଟକ ସାଲେପୁର ସହରର ରୋଧପୁରରେ। ସ୍ଥାନୀୟ ରୋଧପୁରର ଜାହାଙ୍ଗିର ଅଲ୍ଲୀ ତାଙ୍କ ନାବାଳିକା ଝିଆରୀକୁ ବିବାହ କରୁଥିବା ସମୟରେ କଟକ ସିଡବ୍ଲୁସି ଅଧିକାରୀଙ୍କ ସମେତ ସାଲେପୁର ପୋଲିସ ଓ ଆନ୍ତର୍ଜାତିକ ମାନବାଧିକାର ସଂଘ ଓଡିଶା ସଖାର ସ୍ଵଚ୍ଛାସେବୀ ପହଞ୍ଚି ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରି କଟକ ସିଡବ୍ଲୁସି ଅଫିସକୁ ପଠାଇଛନ୍ତି। ତେବେ ବାହାଘର ନୁହେଁ ବରଂ ନିଜ ୧୫ବର୍ଷର ଝିଆରୀର ନିର୍ବନ୍ଧ ହେଉଥିଲା ବୋଲି ନାବାଳିକା ଝିଅର ପିଉସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.