ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର, କାନ୍ଥ ଭୁଷୁଡି ଜଣେ ମୃତ ୪ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ବଳାଙ୍ଗିରିରେ ଲାଗି ରହିଛି ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ ଘଟିଛି ଏକ ଅଘଟଣ। ପାଟଣାଗଡ ଘୁନୁଘୁଟି ପାଲିରେ ମାଟି କାନ୍ଥ ପଡି ଜଣେ ମୃତ ଚାରି ଜଣ ଗୁରୁତର ହୋଇଛନ୍ତି। ମିଳିଥିବା  ସୂଚନା ମୁତାବକ ଘୁନୁଘୁଟି ପାଲିର ଏହି ଘରଟି ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ଥିଲା। ପରିବାରର ସମସ୍ତ ସଦସ୍ୟ ଏହି ମାଟି ଘରଛାଡି ଅନ୍ୟ ଜାଗାରେ ରହୁଥିଲେ। କିନ୍ତୁ ଗତ କାଲି ଗାଁ ନିକଟରେ ଶନିଶ୍ବର ମେଳା ଚାଲିଥିବାରୁ ପରିବାରର ସମସ୍ତେ ମେଳାରେ ଯୋଗ ଦେବାକୁ ଆସିଥିଲେ। କିନ୍ତୁ ରାତିରେ ପ୍ରବଳ ବର୍ଷା ହବାରୁ ସେମାନେ ଆଉ ନିଜ ଘରକୁ ଫେରିପାରିନଥିଲେ।

ବର୍ଷା କମିବାର ନାଁ ନଧରିବାରୁ ପରିବାରର ସମସ୍ତ ସଦସ୍ୟ ଏହି ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ। କିନ୍ତୁ ବିଳମ୍ବିତ ରାତିରେ  ହଠାତ ପାଣିରେ ଭିଜିକି ଥିବା ମାଟି କାନ୍ଥ ଭୁଷୁଡି ପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ପରିବାର ୧୭ ବର୍ଷୀୟ ଝିଅ ଦୀପାଞ୍ଜଳି ବାରଲେଣ୍ଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ମୃ‌ତକଙ୍କ ବାପା ଶୋଭାବନ ଓ  ମା ସତ୍ୟଭାମାଙ୍କ ସମେତ ଦୁଇ ଭାଇ ଦୀପକ ଓ ଦିରଜୁ ଗୁତୁତର ହୋଇଥିଲେ ।ଗ୍ରାମବାସୀମାନେ ସେମାନଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନା ନେଇଥିଲେ।  ପରେ ସେମାନଙ୍କୁ ବଲାଙ୍ଗିରର ଭୀମଭୋଇ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.