ଭକ୍ତଙ୍କ ପାଇଁ ଖୋଲିଲା ବୈଷ୍ଣୋଦେବୀଙ୍କ ମନ୍ଦିର, ବଦଳିଲା ଯାତ୍ରା ନିୟମ

ଦୀର୍ଘ ୫ ମାସ ଯାଏଁ ବନ୍ଦ ରହିବା ପରେ ଖୋଲିଛି ମା’ ବୈଷ୍ଣୋଦେବୀଙ୍କ ମନ୍ଦିର। ଆଜିଠୁ ଆରମ୍ଭ ହୋଇଛି ମା’ଙ୍କ ଯାତ୍ରା। ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ ଦୈନିକ ୨୦୦୦ ଭକ୍ତ ମା’ଙ୍କ ଦର୍ଶନ କରିପାରିବେ। ସେମାନଙ୍କ ମଧ୍ୟରୁ ୧୯୦୦ ଜମ୍ମୁ-କଶ୍ମୀରର ଓ ବାକି ୧୦୦ ଜଣ ବାହାର ରାଜ୍ୟର ଯାତ୍ରୀ।

ଯାତ୍ରା ରେଜିଷ୍ଟ୍ରେସନ୍‌ ଓ୍ଵିଣ୍ଡୋରେ ଭିଡ଼କୁ ରୋକିବା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ପରେ ହିଁ ଲୋକଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ଯାତ୍ରୀମାନେ ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ ଲୋଡ୍‌ କରିବା ଅନିବାର୍ଯ୍ୟ। ଏଥିସହ ମୁହଁରେ ମାସ୍କ ବାନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବ।

vaisno2

ତେବେ ୧୦ ବର୍ଷରୁ କମ୍‌ ବୟସ୍କ ପିଲା, ଗର୍ଭବତୀ ମହିଳା, ଅନ୍ୟ ଗମ୍ଭୀର ରୋଗାଗ୍ରସ୍ତ, ୬୦ ବର୍ଷରୁ ବଡ଼ ବୟସ୍କ ବ୍ୟକ୍ତିଙ୍କୁ ଏହି ଯାତ୍ରା ପାଇଁ ବାରଣ କରାଯାଇଛି। ଚଳିତବର୍ଷ ଖଚ୍ଚର, ପିଠୁଆ କିମ୍ବା ପାଲଙ୍କୀଙ୍କୁ ଅନୁମତି ଦିଆଯାଇନାହିଁ। ଲୋକମାନେ ବ୍ୟାଟେରୀ ଚାଳିତ ଗାଡ଼ିରେ ମନ୍ଦିର ପର୍ଯ୍ୟନ୍ତ ଯିବେ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.