ବ୍ରିଗେଡିୟର ସାଜିବେ ଈଶାନ ଖଟ୍ଟର, ଫିଲ୍ମ ‘ ପିପ୍ପା’ରେ ଆସିବେ ନଜର

୧୯୭୧ ଭାରତ-ପାକ୍ ଯୁଦ୍ଧ ପୃଷ୍ଠଭୂମି ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ‘ପିପ୍ପା’ କୁ ନେଇ ଚର୍ଚ୍ଚାରେ ଈଶାନ ଖଟ୍ଟର। ଏଥିରେ ତାଙ୍କୁ ଯୁଦ୍ଧରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ବ୍ରିଗେଡିୟର ବଲରାମ ସିଂହ ମେହତାଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମଟି ରୋନି ସ୍କ୍ରୁଓ୍ଵାଲା ଏବଂ ସିଦ୍ଧାର୍ଥ ରୟ କପୁର ପ୍ରଯୋଜନା କରିବାକୁ ଥିବା ବେଳେ ମେହତା ରଚନା କରିଥିବା ପୁସ୍ତକ ‘ଦ ବର୍ଣ୍ଣିଂ ଚଫିସ୍’ ଉପରେ ଆଧାରିତ।

ଏହାକୁ ନେଇ ଈଶାନ କହିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ ଫିଲ୍ମର ଅଂଶ ହୋଇ ବହୁତ ଉତ୍ସାହିତ ରହିଛନ୍ତି। ବ୍ରିଗେଡିୟର ମେହତାଙ୍କ ଚରିତ୍ର ନିର୍ବାହ କରିବା ମୋ’ ପାଇଁ ସମ୍ମାନର କଥା । ‘ପିପ୍ପା’ର ରୋମାଞ୍ଚକ ଅନୁଭବକୁ ପ୍ରତୀକ୍ଷା।’ ‘ଏୟାରଲିଫ୍ଟ’ର ନିର୍ଦ୍ଦେଶକ ରାଜା କ୍ରିଷ୍ଣ ମେନନ୍ ଏହି ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି । ଫିଲ୍ମଟି ଆସନ୍ତାବର୍ଷ ଶେଷଆଡ଼କୁ ରିଲିଜ୍ ହେବାର ରହିଛି ।

୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧଡକ୍’ ଜରିଆରେ ଦର୍ଶକଙ୍କ ମନ ଜିଣିପାରିଥିଲେ ଅଭିନେତା ଈଶାନ୍ ଖଟ୍ଟର । ଏହି ଫିଲ୍ମରେ ଜାହ୍ନବୀଙ୍କ ସହିତ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.