ଢେଙ୍କାନାଳ: ବ୍ରାହ୍ମଣୀରେ ବନ୍ୟା ପାଣି ମାଡି ଯିବାରୁ ନଦୀପଠାରେ ଫଶି ରହିଛନ୍ତି ୪୦ ରୁ ଉର୍ଦ୍ଧ୍ବ ଗାଈ

ଢେଙ୍କାନାଳ (କେ ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର-ପରଜଙ୍ଗ ବ୍ଲକର କମର ଗାଁ ବ୍ରାହ୍ମଣୀ ନଦୀ ପଠାରେ ଫସି ରହିଛନ୍ତି ୪୦ରୁ ଉର୍ଦ୍ଧ୍ ଗାଈ । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନଦୀପଠାରେ ଚରୁଥିବା ସମୟରେ ଗାଁ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ହଠାତ ପାଣି ମାଡି ଆସିଥିଲା । ଫଳରେ ସେଠାରେ ଥିବା ଗାଈ ମାନେ ଆଉ ବାହାରି ପାରି ନଥିଲେ ।

ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପରଜଙ୍ଗ ପୋଲିସଙ୍କ ସମେତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏକ ଅଣଓସାରିଆ ବାଟ ଦେଇ ଗାଈ ମାନଙ୍କୁ ଫେରେଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘନ ଅନ୍ଧକାର ହେତୁ ପାଣି ଭିତରେ ପଶି ପାରି ନଥିଲେ । ଫଳରେ ବାଧ୍ୟ ହୋଇ ଗାଈ ମାନଙ୍କୁ ଏକ ଅତି ଉଚ୍ଚ ସ୍ଥାନକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.