ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ ପ୍ରଶାସନ । ପ୍ରଥମ ଦିନର ତ୍ରୁଟି ବିଚ୍ୟୁତି ଓ ଅସୁବିଧାକୁ ଦେଖି ବ୍ୟାପକ ସଂଶୋଧନ କରାଯାଇଛି । ବ୍ୟାରିକେଡରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ଭକ୍ତ । ବାଇଶି ପାହାଚରେ ବି ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ଗତକାଲି ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ ହୋଇଥିଲା ।
ବାଇଶି ପାହାଚରୁ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ଭକ୍ତ ପ୍ରବେଶ କରିଥିଲେ । ଉଭୟ ସେବାୟତ ଓ ଭକ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରିଥିଲେ । ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ତ୍ରୁଟି ବା ଶ୍ରଦ୍ଧାଳୁଙ୍କର ଅସୁବିଧା ପରିଲକ୍ଷିତ ହେଲେ ସେଥିରେ ଆବଶ୍ୟକ ପରିବର୍ତ୍ତନ ଓ ସୁଧାର କରାଯିବ । କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥାକୁ ପ୍ରତିଦିନ କାର୍ଯ୍ଯକାରୀ କରାଯିବ । ଭକ୍ତମାନେ ତିନି ଦ୍ୱାରରେ ଥିବା ମତାମତ ବକ୍ସରେ ନିଜ ମତାମତ ଦେଇପାରିବେ ।