ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ଗତ କିଛିଦିନ ତଳେ ସୁରେଶ ରାଇନା ଆଇପିଏଲରୁ ଓହରିଥିବା ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି। ତେବେ ହରଭଜନ ଟିମ ସହିତ ୟୁଏଇ ଯାଇ ନ ଥିଲେ। ଏବେ ହରଭଜନଙ୍କ ସ୍ଥାନରେ ମନୋଜ ତିଓ୍ଵାରୀ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସଂକେତ ଦେଇଛନ୍ତି।
ଗତ ସପ୍ତାହରେ ରାଇନା ନିଜର ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ହଟିବା ପରେ ଏବେ ହରଭଜନ ଆଇପିଏଲ୍ ନ ଖେଳିବା ଚେନ୍ନାଇ ସୁପରକିଙ୍ଗସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁହେଁ ଖେଳାଳି ଆଇପିଏ ଇତିହାସର ସବୁଠାରୁ ବଡ ଖେଳାଳି ତାଲିକାରେ ସାମିଲ ରହିଛନ୍ତି। ରାଇନା ଦ୍ୱିତୀୟ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଆଉ ହରଭଜନ ସିଂ ତୃତୀୟ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର।
ଏମାନେ ସିଏସ୍କେର ହାତ ଛାଡିବା ପରେ ଚେନ୍ନାଇ ତରୁଫରୁ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ମନୋଜ ତିଓ୍ଵାରୀ। ଯଦି ଫ୍ରାଞ୍ଚାଇଜ କୌଣସି ଖେଳାଳିଙ୍କୁ ଖୋଜୁଛନ୍ତି, ତେବେ ତିଓ୍ଵାରୀ ଟିମ୍ ପାଇଁ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି। ତିଓ୍ଵାରୀ ପୂର୍ବରୁ ରାଇଜିଂ ପୁନେ ସୁପରଜଏଣ୍ଟ ପାଇଁ ଧୋନୀଙ୍କ ନେତୃତ୍ୱରେ ଖୋଳିସାରିଛନ୍ତି।