ଝାରସୁଗୁଡା: ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ ,ହପର ଖସିଯିବାରୁ ୪ ଶ୍ରମିକ ଗୁରୁତର

ଝାରସୁଗୁଡା(କେନ୍ୟୁଜ୍): ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୂନିଟ -୩ର ଆଶ୍ ହାଣ୍ଟିଙ୍ଗ୍ ପ୍ଲାଣ୍ଟର ହପର ଖସିଯିବାରୁ ୪ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଏହି ଶ୍ରମିକଙ୍କ ଦେହରେ ଗରମ ପାଉଁଶ  ପଡିଯାଇଥିବାରୁ ଏମାନେ ଗୁରୁତର ଆହତ ହୋଇପଡିଥିଲେ। ପ୍ରଥମେ ସେମାନଙ୍କୂ OPGC  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.