ସାମାନ୍ୟ ବଢିଲା ସୁନା ଦର, ଜାଣନ୍ତୁ ଦେଶର ପ୍ରମୁଖ ସହରମାନଙ୍କରେ କେତେ ଅଛି ମୂଲ୍ୟ

ସାମାନ୍ୟ ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୦,୪୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୪୯୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଅନ୍ୟପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୩,୭୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୨୫୦ ଟଙ୍କା ଥିବା ରେକର୍ଡ ହୋଇଛି।

Gold-silverସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ୫୦,୪୯୦ ଟଙ୍କା ଓ ୪୯,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୮୨୦ ଟଙ୍କା ଓ ୫୦,୨୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୩,୭୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୪୯,୨୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୩,୨୦୦ ଟଙ୍କା ଓ ୫୦,୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୦୦୦ ଟଙ୍କା ପହଞ୍ଚିଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.