ଜଟଣୀ ୨୦ ନମ୍ବର ଓ୍ଵାର୍ଡରେ ଥିବା ମା ଭଗବତୀ ମନ୍ଦିରର କୂଅରେ ଭାସୁଛି ଡିଜେଲ, ପାଖାପାଖି ୪ ବର୍ଷ ହେବ ଲାଗି ରହିଛି ଏଭଳି ସମସ୍ୟା

ଖୋର୍ଦ୍ଧା : କୂଅରେ ଭାସୁଛି ଡିଜେଲ। ୩ରୁ ୪ ବର୍ଷ ହେବ ଜଟଣୀ ପୌର ପରିଷଦର ୨୦ ନମ୍ବର ଓ୍ଵାର୍ଡରେ ଏଭଳି ସମସ୍ୟା ଲାଗି ରହିଛି। ଏଠାରେ ଦୀର୍ଘ ବର୍ଷ ହେବ ପାଣି ସମସ୍ୟା ରହିଛି। ଏଠାରେ ଥିବା ଲୋକ କଲୋନୀରେ ଥିବା ମା ଭଗବତୀ ମନ୍ଦିରର କୂଅରେ ଡିଜେଲ ଭାସୁଛି। ପୂର୍ବରୁ ସେଠାରୁ ପାଣି ନେଇ ସ୍ଥାନୀୟ ଲୋକେ ବ୍ୟବହାର କରୁଥିଲେ।

ମାତ୍ର କିଛି ବର୍ଷ ହେବ ଟ୍ରେନ ଇଞ୍ଜିନରେ ଭରାଯାଉଥିବା ଡିଜେଲ ଟାଙ୍କିରୁ ତେଲ ଲିକ ହୋଇ କୂଅରେ ମିଶୁଛି। ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ଓ ରେଳବାଇ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ସେପଟେ ଜଟଣୀ ପୌର ପରିଷଦର କାଯ୍ୟର୍ନିର୍ବାହୀ ଅଧିକାରୀ କହିଛନ୍ତିଯେ ଖୁବଶୀଘ୍ର ପଦକ୍ଷେପ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.