Xiaomi Mi TV Horizon ର ପ୍ରଥମ ସେଲ୍‌ ଆରମ୍ଭ, ମାତ୍ର ୧୩,୪୯୯ ଟଙ୍କାରେ ମିଳୁଛି ଦମଦାର ଫିଚର୍ସ

Xiaomi Mi TV Horizon ଗତ କିଛିଦିନ ତଳେ ଅନଲାଇନରେ ଲଞ୍ଚ ହୋଇଥିଲା। କମ୍ପାନୀ ଏବେ ଏହାର ପ୍ରଥମ ସେଲ ଭାରତରେ ଆଜି ଆରମ୍ଭ କରିବାକୁ ଯାଉଛି। ସାଧାରଣ ଗ୍ରାହକଙ୍କ ପାଇଁ ମାତ୍ର ୧୩,୪୯୯ ଟଙ୍କାର ଦମଦାର ଫିଚର୍ସ ସହିତ ପିକ୍ଚର କ୍ୱାଲିଟି ମଧ୍ୟ ଭଲ ରହିଛି। କମ୍ପାନୀ ନିକଟରେ ଏହାର ଟିଜର ଜାରି କରିଥିଲା। ଏହି ଟିଭି ଏଡିସନ Mi TV ତୁଳନାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କମ୍ପାନୀ ପୂର୍ବରୁ ୩୨ ଇଞ୍ଚ ଏବଂ ୪୩ ଇଞ୍ଚର ଟିଭିକୁ ଲଞ୍ଚ କରିଥିଲା। କିନ୍ତୁ ଆଜି କେବଳ ୩୨ ଇଞ୍ଚର ଟିଭିର ସେଲ୍‌ କରାଯିବ। ଏହି ଟିଭି ଆଜି ଦିନ ୧୨ଟାରୁ ଫ୍ଲିପକାର୍ଟ ଏବଂ ସାଓମୀର ଅଧିକାରକ େଓ୍ଵବସାଇଟରେ ଉପଲବ୍ଧ ହେବ।

କମ୍ପାନୀ ମୁତାବକ, ଏହି ସ୍ମାର୍ଟ ଟିଭି ଆଣ୍ଡ୍ରଏଡ ଟିଭି ଅପରେଟିଂ ସିଷ୍ଟମ ବେସଡ ରହିବ। ଏଥିରେ ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ଆକ୍ସେସ ମିଳିବ। ଉତ୍ତମ ପିକ୍ଚର କ୍ୱାଲିଟି ପାଇଁ କମ୍ପାନୀ ଏହାସହିତ ଜଡିତ ସଫ୍ଟେଓ୍ଵୟାରେ ମଧ୍ୟ ପରିବର୍ତ୍ତନ କରିବ। ଏହାଛଡା ଟିଭିରେ Quick Wake ଫିଚର ଦିଆଯିବ। ଏହି ଫିଚର ଜରିଆରେ ଷ୍ଟାଣ୍ଡବାଏ ମୋଡରୁ ନର୍ମାଲ ମୋଡକୁ ଆସିଯାଏ। Xiaomi Mi TV Horizon ରେ କମ୍ପାନୀ ୩୨ ଇଞ୍ଚର ଫୁଲ ଏଚଡି ଏଲଇଡି ଡିସପ୍ଲେ ଭାରିଅଣ୍ଟ ମିଳିବ। ଏଥିରେ ଭି ସ୍ପେଡ ଷ୍ଟାଣ୍ଡ ଦିଆଯିବ ଏବଂ ଆଣ୍ଡ୍ରଏଡ ବେସଡ Patchwall UI ମିଳିବ।

tv

 

ସ୍ପେସିଫିକେସନ : ଟିଭିରେ ୧ ଜିବି ରାମ ସହିତ Cortex A53 ପ୍ରୋସେସର ସହିତ ୮ ଜିବି ଷ୍ଟୋରେଜ ମିଳିବ। କମ୍ପାନୀ ଏହି ଟିଭି ସହିତ ବିଲ୍ଟଇନ କ୍ରୋମକାଷ୍ଟ ଫିଚର ରହିଛି। କନେକ୍ଟିଭିଟି ପାଇଁ ଏହି ସ୍ମାର୍ଟଟିଭିରେHDMI ପୋର୍ଟ, ୟୁଏସବି ପୋର୍ଟ ସହିତ ହେଡଫୋନ ଜ୍ୟାକ ଭଳି ଷ୍ଟାଣ୍ଡାର୍ଡ ଫିଚର୍ସ ମିଳିବ। ଏହାଛଡା20W ସ୍ପିକର୍ସ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.