ଦୁନିଆର ଏମିତି ଏକ ନାଇଟ୍‌ କ୍ଲବ, ଯେଉଁଠି ହିନ୍ଦୀ କିମ୍ବା ଇଂଲିଶ ନୁହେଁ ସଂସ୍କୃତ ଗୀତରେ ଡ୍ୟାନ୍ସ କରନ୍ତି ଲୋକ

ଆପଣ କେବେ ନାଇଟ୍‌ କ୍ଲବ ଯାଇଛନ୍ତି କି ? ନ ଯାଇଥିଲେ ବି ଏହା ବିଷୟରେ ନିଶ୍ଚିତ ଶୁଣିଥିବେ କିମ୍ବା ଫିଲ୍ମ, ସିରିଅଲରେ ନିଶ୍ଚିତ ଦେଖିଥିବେ। ଭାରତରେ ଥିବା ନାଇଟ କ୍ଲବରେ ହିନ୍ଦୀ, ପଞ୍ଚାବୀ କିମ୍ବା ଇଂଲିଶ ଗୀତ ବାଜୁଥିବା ଆପଣ ଦେଖିଥିବେ। ଯାହାର ତାଳେ ତାଳେ ଲୋକ ନାଚୁଛନ୍ତି। କିନ୍ତୁ ଆପଣ କେବେ ଏମିତି ନାଇଟ୍‌ କ୍ଲବ ଦେଖିଛନ୍ତି କି, ଯେଉଁଠାରେ ସଂସ୍କୃତ ଗୀତରେ ଲୋକ ନାଚୁଛନ୍ତି। ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଭାରତ ନୁହେଁ ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲୋକେ ନାଇଟ କ୍ଲବରେ ହିନ୍ଦୀ କିମ୍ବା ଇଂଲିଶ ନୁହେଁ ବରଂ ସଂସ୍କୃତ ଗୀତରେ ଲୋକମାନେ ଡ୍ୟାନ୍ସ କରନ୍ତି।

niht club

ଏମିତି ଏକ ଦେଶ ହେଉଛି ଆର୍ଜେଣ୍ଟିନା। ଯାହାର ରାଜଧାନୀ ଭ୍ୟୁନସ-ଆୟର୍ସର ଗ୍ରୋଭ ନାମକ ଏକ ନାଇଟ କ୍ଲବ ରହିଛି। ଏଠାରେ ଗଣେଶ ଶରଣମ, ଗୋବିନ୍ଦା-ଗୋବିନ୍ଦା, ଜୟ ଜୟ ରାଧା ରମନ ହରି ବୋଲ ଏବଂ ଜୟ କୃଷ୍ଣ ଭଳି ସଂସ୍କୃତ ଗୀତରେ ନାଚିଥାନ୍ତି।

club

ଆର୍ଜେଣ୍ଟିନା ସ୍ଥିତ ଏହି ନାଇଟ କ୍ଲବରେ ସବୁ କିଛି ସ୍ୱତନ୍ତ୍ର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଭ୍ୟୁନସ-ଆୟର୍ସର ନାମକ ନାଇଟ କ୍ଲବ କୌଣସି ଛୋଟ ନାଇଟ କ୍ଲବ ନୁହେଁ। ଏହି କ୍ଲବରେ ୮୦୦ ଲୋକ ଏକାଥରକେ ନାଚିପାରିବେ। ଏକ ଭାରତୀୟ ରାଜନାୟିକ ବିଶ୍ୱନାଥମ ୨୦୧୨ରେ ଆର୍ଜେଣ୍ଟିନା ଯାଇଥିଲେ, ସେଠାକୁ ଯାଇ ସେ ଏପରି ଅନୁଭବ କରିଥିଲେ। ସେ କହିଥିଲେ ଏହି ନାଇଟ୍‌ କ୍ଲବରେ ନା ମଦ ମିଳିଥାଏ, ନା ଧ୍ରୁମପାନ କରିବାକୁ ଅନୁମତି ଦିଆଯାଇଥାଏ।

666

ଏପରିକି ଏହି ନାଇଟ୍‌ କ୍ଲବରେ ଡ୍ରଗ୍ସ ମଧ୍ୟ ମନା ହୋଇଛି। ମାଂସ –ମାଛ ମିଳିନଥାଏ। ଏଠାରେ କେବଳ ସ୍ପୋଟର୍ସ ଡ୍ରିଙ୍କ, ଫଳ ରସ ଏବଂ ଶାକାହାରୀ ଖାଦ୍ୟ ମିଳିଥାଏ। ଏହି ନାଇଟ କ୍ଲବରେ ଗାଉଥିବା ଲୋକଙ୍କୁ ରୋଡିଗୋ କୁହାଯାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.