ଆଜି ରାଜ୍ଯରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ, ଛଅ ଶହ ଟପିଲା ମୋଟ୍ ମୃତ୍ୟୁ ସଂଖ୍ଯା

ଭୁବନେଶ୍ବର: ଆଜି ରାଜ୍ଯରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୩୫୯ ଏବଂ ଲୋକାଲ୍ କେସରୁ ୧୬୩୭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୪୩,୧୧୭ ରେ ପହଁଚିଛି। ଏମାନଙ୍କ ୧,୦୮,୦୦୧ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୪,୪୫୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୩୮, ବାଲେଶ୍ବରରୁ ୨୦୯, ବରଗଡରୁ ୯୭, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୧୨୪, ବୌଦ୍ଧରୁ ୩୯, କଟକରୁ ୩୫୪, ଦେଓଗଡ ୧୦,ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଗଞ୍ଜାମରୁ ୮୯, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଝାରସୁଗୁଡା ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୧୩୦, କେନ୍ଦୁଝରରୁ ୬୦, କୋରାପୁଟରୁ ୯୩, ମାଲକାନଗିରିରୁ ୪୭, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ନୟାଗଡରୁ ୭୭, ନୂଆପଡାରୁ ୧୦୩, ପୁରୀରୁ ୨୭୯, ରାୟଗଡାରୁ ୧୦୫, ସମ୍ବଲପୁରରୁ ୯୧, ସୋନପୁରରୁ ୯୧ ଏବଂ ସୁନ୍ଦରଗଡରୁ ୮୮ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୨୦୬ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ କଟକରୁ ୨, ଭୁବନେଶ୍ବରରୁ ୨ ଓ ପୁରୀରୁ ୨ଜଣଙ୍କର ଜୀବନ ଯାଇଛି । ଏହାସହ ଭଦ୍ରକ,ଗଞ୍ଜାମ,କୋରାପୁଟ,ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୦୫ ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.