ଆସୁଛି ‘ଫେଲୁଦା’, ଏବେ କମ୍‌ ଦାମ୍‌ ଓ କମ୍‌ ସମୟରେ ହେବ କୋଭିଡ୍‌ ଟେଷ୍ଟ

ଭାରତୀୟ ଔଷଧି ମହାନିୟନ୍ତ୍ରକ(ଡିଜିସିଆଇ) ଟାଟା ସମୂହ ଓ CSIR-IGIB  ଦ୍ୱାରା ବିକଶିତ ଭାରତର ପ୍ରଥମ କ୍ରିସ୍ପର କୋଭିଡ୍‌-୧୯ ପରୀକ୍ଷଣ ‘ଫେଲୁଦା’କୁ ସବୁଜ ସଙ୍କେତ ଦେଖାଇଛି। ଏହି ଟୀକାକୁ ବାଣିଜ୍ୟିକ ରୂପରେ ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି। ଏନେଇ ଟାଟା ସନ୍‌ସ ତରଫରୁ ସୂଚନା ଦିଆଯାଇଛି। କମ୍ପାନୀ ତରଫରୁ କୁହାଯାଇଛି ଏହି ଯାଞ୍ଚ ସଠିକ୍‌ ପରିଣାମ ଦେବାରେ ପାରମ୍ପରିକ ଆରଟି-ପିସିଆର ପରୀକ୍ଷଣ ସହ ସମାନ। ଏହା ବ୍ୟତୀତ ଏହା ଶସ୍ତା ଓ କମ୍‌ ସମୟରେ ରେଜଲ୍ଟ ଦେଇଥାଏ।

ରିପୋର୍ଟ ମୁତାବକ ଫେଲୁଦା ମାତ୍ର ୩୦ ମିନିଟ୍‌ ମଧ୍ୟରେ ସଠିକ୍‌ ରେଜଲ୍ଟ ଦେଉଛି। ଭବିଷ୍ୟତରେ ଅନ୍ୟ ମହାମାରୀର ପରୀକ୍ଷଣରେ ମଧ୍ୟ ଏହାକୁ ବ୍ୟବହାର କରିହେବ। କମ୍ପାନୀ ତରଫରୁ କୁହାଯାଇଛି ଟାଟା କ୍ରିସ୍‌ପର ପରୀକ୍ଷଣ ସିଏଏସ୍‌୯ ପ୍ରୋଟିନ୍‌ର ବ୍ୟବହାର କରିଥିବା ବିଶ୍ୱର ପ୍ରଥମ ପରୀକ୍ଷଣ, ଯାହା ସଫଳତାପୂର୍ବକ କୋଭିଡ୍‌-୧୯ ମହାମାରୀର ଭାଇରସ୍‌ର ଚିହ୍ନଟ କରୁଛି।

Leave A Reply

Your email address will not be published.