ଶାରଜା : ଆଇପିଏଲ୍ ୨୦୨୦ରେ ଆଜି ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇ ବିଜୟୀ ହୋଇଛି । ୨୧୭ ରନର ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ଠିକ ୨୦୦ ରନ କରି ପାରିଛି।
ଆରମ୍ଭରୁ ଜଗି ରଖି ଖେଳିଥିଲା ଚେନ୍ନାଇ ଦୁଇ ଓପନର ମୁରଲୀ ବିଜୟ ଓ ସେନ ୱାଟସନ ୫୬ ରନ ଯୋଡ଼ିଥିଲେ । ଏହାପରେ ଡ଼ୁ ପ୍ଲେସିସ ହିଁ ମଙ୍ଗ ଧରିଥିଲେ। ଦଳ ପକ୍ଷରୁ ବିଜୟ ୨୧, ୱାଟସନ ୩୩, କୁରନ ୧୭ ଓ ଯାଦବ ୨୨ ରନ କରିଥିଲେ । ରାଜସ୍ଥାନ ତରଫରୁ ତେୱଟିକ୍ ୩୭ ରନରେ ୩ ଓ୍ଵିକେଟ୍ ନେଇ ଚେନ୍ନାଇର ବଡ କ୍ଷତି ଘଟାଇଥିଲେ ।୧୧୪ ରନରେ ୫ ଉଇକେଟ ପଡିଯିବା ପରେ ଧୋନି ଆସିଥିଲେ। ସେ ଡ଼ୁ ପ୍ଲେସିସଙ୍କୁ ଆଟକିଙ୍ଗ ଖେଳିବାକୁ ଦେଇ ନିଜେ ଜଗି ରହିଲେ । ହେଲେ ଡ଼ୁ ପ୍ଲେସିସ ୩୭ ବଲରେ ୭୨ ରନ (୭ ଛକା ) କରି ଆଉଟ ହେବ ପରେ ଚେନ୍ନାଇର ଆଶା ମଉଳି ଯାଇଥିଲା । ଧୋନି ୧୭ ବଲରେ ୨୯ ରନ ଶେଷ ପର୍ୟ୍ୟନ୍ତ ଅପରାଜିତା ରହିଥିଲେ ମଧ୍ୟ ଦଳ ବିଜୟ ଠାରୁ ବହୁ ଦୂରରେ ରହିଗଲା।
ଆଜି ମଧ୍ୟ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ରେ ଆଜି ଡେବ୍ୟୁ କଲେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ । ହେଲେ ମାତ୍ର ୬ ରନ୍ରେ ଆଉଟ୍ ହୋଇଗଲେ । ଏହା ପରେ ସ୍ମିଥ୍ ଓ ସଞ୍ଜୁ ସାମସନ୍ ପରବର୍ତ୍ତୀ ୯ ଓଭର ଭିତରେ ଦଳୀୟ ସ୍କୋରକୁ ବୁଲେଟ୍ ବେଗରେ ୧୩୨ରେ ପହଞ୍ଚାଇ ଦେଇଥିଲେ । ସଞ୍ଜୁ ୩୨ ବଲ୍ରେ ୭୪ ରନ୍ କରିଥିଲେ (୧ ଚୌକା ଓ ୯ ଛକା) । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍ର ଗତି ଧିମେଇ ଯାଇଥିଲା । ସ୍ମିଥ୍ ବେଶ୍ କିଛି ସମୟ ଗଡ଼ ଜଗିଥିଲେ ମଧ୍ୟ ୧୯ତମ ଓଭର୍ରେ ଆଉଟ୍ ହୋଇ ଯାଇଥିଲେ । ସେ ୪୭ ବଲ୍ରେ ୬୯ ରନ୍ (୪ ଚୌକା, ୪ ଛକା) କରିଥିଲେ । ଶେଷ ଭାଗରେ ଆର୍ଚରଙ୍କ ଆକ୍ରମଣ ଯୋଗୁଁ ରାଜସ୍ଥାନ ୨୦୦ ରନ୍ ଟପି ଯାଇଥିଲା । ସେ ଅପରାଜିତ ରହି ମାତ୍ର ୮ଟି ବଲ୍ରେ ୨୭ ରନ୍ (୪ ଛକା) ୨୦ ଓଭର୍ରେ ୭ ଓ୍ଵିକେଟ୍ ହରାଇ କରିଛି ୨୧୬ ରନ୍ ।
ଚେନ୍ନାଇ ପକ୍ଷରୁ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ପୀୟୁଷ ଚାଓ୍ଵଲା ଭୀଷଣ ମାଡ଼ ଖାଇଥିଲେ । ଜାଡେଜା ୪୦ ଓ ଚାଓ୍ଵଲା ୫୫ ରନ୍ ଦେଇଛନ୍ତି । ତେବେ ସଫଳତମ ବୋଲର ଭାବେ ସାମ୍ କୁରାନ୍ ୩୩ ରନ୍ରେ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ ।